ମୁମ୍ବଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ବରୀବେନ୍ ଶାହଙ୍କ ପରଲୋକ ଘଟିଛି। ସୋମବାର ମୁମ୍ବଇସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ବଡ଼ଭଉଣୀଙ୍କ ମୃତ୍ୟୁ ଖବର ପାଇ ଅମିତ ଶାହ ଗୁଜରାଟରେ ତାଙ୍କର ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ତୁରନ୍ତ ବାତିଲ କରିଦେଇଛନ୍ତି। ଅମିତ ଶାହ ମକର ସଂକ୍ରାନ୍ତି ପର୍ବ ପାଳନ ପାଇଁ ଅହମ୍ମଦାବାଦରେ ପହଞ୍ଚିଥିଲେ କିନ୍ତୁ ହଠାତ୍ ତାଙ୍କ ବଡ଼ ଭଉଣୀଙ୍କ ଦେହାନ୍ତ ଖବର ଆସିଥିଲା।
ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ୬୫ବର୍ଷୀୟ ରାଜେଶ୍ୱରୀବେନଙ୍କ ଫୁସଫୁସ ପ୍ରତିରୋପଣ କରାଯାଇଥିଲା। କିଛିମାସ ତଳେ ସେ ଅସୁସ୍ଥ ହେବାରୁ ତାଙ୍କୁ ମୁମ୍ବଇର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।



