www.samajalive.in
Sunday, December 14, 2025
26.1 C
Bhubaneswar

ପହଞ୍ଚିଲେ ଶାହା, କଂଗ୍ରେସର ବିରୋଧ

ଭବାନୀପାଟଣା: ଦୁୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଭବାନୀପାଟଣାରେ ପହଞ୍ଚିଛନ୍ତି । ତାଙ୍କୁ ଓଡ଼ିଶା ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ପ୍ରମୁଖ ସ୍ୱାଗତ କରିଥିଲେ । ଶ୍ରୀ ଶାହାଙ୍କୁ ପାରମ୍ପରିକ ରୀତିରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯିବା ସହିତ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳକୁ ନିଆଯାଉଛି । ଆଜି ଅପରାହ୍ଣରେ ଲାଲ ବାହାଦୂର ଷ୍ଟାଡିୟମରେ ଜନସାଧାରଣଙ୍କୁ ଶ୍ରୀ ଶାହା ଉଦ୍‌ବୋଧନ ଦେବେ ଏବଂ ଆସନ୍ତା କାଲି ବଲାଙ୍ଗୀରରେ ବିଜେପି ଯୁବ ନେତାଙ୍କ ସହିତ ଆଲୋଚନା କରିବେ । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ଦଳୀୟ ନେତା ଓ କର୍ମକର୍ତ୍ତର୍ାଙ୍କ ସହିତ ନିର୍ବାଚନ ରଣନୀତି ସଂକ୍ରାନ୍ତରେ ଶ୍ରୀ ଶାହା ଆଲୋଚନା କରିବେ ବୋଲି ଜଣାପଡ଼ିଛି । ବିଜେପୁର ଉପନିର୍ବାଚନରେ ବିଜେପିର ପରାଜୟ କାରଣରୁ ଦଳୀୟ କର୍ମକର୍ତ୍ତାଙ୍କ ସ୍ତରରେ ଶାହା କେତେକ ପରିବର୍ତ୍ତନ କରିପାରନ୍ତି ବୋଲି ସୂଚନା ମିଳିଛି । ଅପରପକ୍ଷରେ ଶାହାଙ୍କ ଗସ୍ତକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । କଳାପତାକା ପ୍ରଦର୍ଶନ କରିଥିବା କଂଗ୍ରେସର ୬ ଜଣ କର୍ମୀଙ୍କୁ ଅଟକ ରଖାଯାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories