www.samajalive.in
Monday, December 8, 2025
27.1 C
Bhubaneswar

ଅମିର ଖାନଙ୍କ ଟିମ୍‍ର ୭ଜଣ ସଦସ୍ୟ କରୋନା ସଂକ୍ରମିତ

ମୁମ୍ବଇ: ବଲିଉଡ଼ ଅଭିନେତା ଅମିର ଖାନ୍‍ଙ୍କ ଟିମ୍‍ର ୭ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ରିପୋର୍ଟ ପଜିଟିଭ୍‍ ଆସିଥିବା ନିଜେ ଅମିର ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ଏହା ସହିତ ତାଙ୍କ ପରିବାର ସଦସ୍ୟମାନଙ୍କର କରୋନା ଟେଷ୍ଟ କରାଯାଇଥିବାବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସେ କହିଛନ୍ତି।

ଟ୍ୱିଟରରେ ଅମିର ଲେଖିଛନ୍ତି, “ମୋର କିଛି ସହଯୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ କ୍ଵାରେଣ୍ଟାଇନରେ ରଖାଯାଇଛି। ବିଏମସି ଅଧିକାରୀମାନେ ତୁରନ୍ତ ମେଡିକାଲ ସୁବିଧା ଉପଲବ୍ଧ କରାଇଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ସେମାନେ ମୋ ଷ୍ଟାଫମାନଙ୍କର ଭଲରେ ଦେଖାଶୁଣା କରୁଛନ୍ତି। ଏହାସହିତ ପୁରା ସୋସାଇଟିକୁ ସାନିଟାଇଜ୍ କରୁଛନ୍ତି”।

- Advertisement -

ସେ ପୁନଶ୍ଚ ଲେଖିଛନ୍ତି, “ଆମ ସମସ୍ତଙ୍କର କରୋନା ଟେଷ୍ଟ ହୋଇଛି ଏବଂ ଆମର ରିପୋର୍ଟ ନେଗେଟିଭ୍ ଆସିଛି। କେବଳ ମୋ ମାଆଙ୍କ ରିପୋର୍ଟ ଆସିବା ବାକି ଅଛି। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ତାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍‍ ଆସୁ”।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories