www.samajalive.in
Wednesday, December 10, 2025
18.1 C
Bhubaneswar

ଲକଡ଼ାଉନ-ସଟ୍ଡ଼ାଉନ ସପକ୍ଷରେ କଂଗ୍ରେସ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ

ରାଜ୍ୟରେ ସରିଛି ଅନଲକ୍ ପ୍ରଥମ ପର୍ଯ୍ୟାୟ । ଆସନ୍ତାକାଲିଠାରୁ ଅନଲକ୍ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ରାଜ୍ୟର କିଛି ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ରାଜ୍ୟର ସମସ୍ତ ୩୦ ଜିଲାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।  ଗଞ୍ଜାମ, ଖୋର୍ଦ୍ଧା, ବାଲେଶ୍ୱର ଆଦି ଜିଲ୍ଲାରେ ସଂକ୍ରମଣ ବଢ଼ିବଢ଼ି ଚାଲିଛି । ଏଭଳି ସମୟରେ ସରକାର ଏସବୁ ସ୍ଥାନରେ ସମ୍ପୂର୍ଣ୍ଣ ଲକଡାଉନ କିମ୍ବା ସଟ ଡାଉନ ଘୋଷଣା କରିବାକୁ ପ୍ରସ୍ତାବ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଯଦି ସରକାର ସ୍ଥିତି ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ କଡା ପଦକ୍ଷେପ ଆବଶ୍ୟକ ରହିଛି ବୋଲି କହିଛନ୍ତି ନିରଞ୍ଜନ। ସେ କହିଛନ୍ତି ଯେ ପ୍ରଭାବିତ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକଡାଉନ୍ କିମ୍ବା ସଟଡାଉନ୍ ଲାଗୁ କରି କଣ୍ଟାକ୍ଟ ଟ୍ରେସିଂ ଓ ଅନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପାରିବ। ଯାହାଦ୍ୱାରା ସଂକ୍ରମଣର ଚେନକୁ ଭାଙ୍ଗି ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

- Advertisement -

ଏହି ମର୍ମରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ତେବେ ବିଡ଼ମ୍ବନା ହେଉଛି ତାଙ୍କ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ସଟ୍ଡ଼ାଉନ ବା ଲକ୍ଡ଼ାଉନ ପରିସ୍ଥିତିର ସମାଧାନ କରିବ ପାରିବ ନାହିଁ ବୋଲି ଉଲ୍ଲେଖ କରି କେନ୍ଦ୍ର ସରକାରଙ୍କୁ ନିଶାଣ କରୁଥିବାବେଳେ ନିରଞ୍ଜନ ଓଡ଼ିଶାରେ ଲକ୍ଡ଼ାଉନ ଓ ସଟ୍ଡ଼ାଉନ ସପକ୍ଷରେ ମତ ଦେବା ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରିଛି ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories