www.samajalive.in
Wednesday, December 10, 2025
18.1 C
Bhubaneswar

କୋଭିଡ୍‌-୧୯ ଅନ୍‌ଲାଇନ୍‌ ଚିତ୍ରକଳା ପ୍ରତିଯୋଗିତା ପୁରସ୍କାର ଘୋଷଣା, ୧୧୩୫ ପ୍ରତିଯୋଗୀଙ୍କୁ ମିଳିବ ୧୭,୩୫,୦୦୦ଟଙ୍କା

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ କୋଭିଡ୍‌-୧୯ର ସକାରାତ୍ମକ ସଚେତନତାକୁ ଆଧାର କରି ରାଜ୍ୟର ଚିତ୍ରଶିଳ୍ପୀମାନଙ୍କୁ ନେଇ ଆୟୋଜିତ ଏକ ଅନ୍‌ଲାଇନ୍‌ ଚିତ୍ରକଳା ପ୍ରତିଯୋଗିତା ପୁରସ୍କାର ଘୋଷଣା କରାଯାଇଛି। ଏହି ଅବସରରେ ମୋଟ ୧୧୩୫ ପ୍ରତିଯୋଗୀଙ୍କୁ ୧୭,୩୫,୦୦୦ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।
ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏହି ପ୍ରତି​ଯୋଗିତାର ପୁରସ୍କାର ଆଜି ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତାର ପୁରସ୍କାର ଘୋଷଣା କରିଥିଲେ। ଏହି ପ୍ରତିେଯାଗିତାରେ କନିଷ୍ଠବିଭାଗରୁ ୮୩୫ ଜଣ ଓ ବରିଷ୍ଠବିଭାଗରୁ ୩୦୦ ଜଣ ଶିଳ୍ପୀଙ୍କୁ ପୁରସ୍କାର ନିମନ୍ତେ ଜୁରୀମଣ୍ଡଳୀଙ୍କ ଦ୍ୱାରା ମନୋନୀତ କରାଯାଇଛି । ମନୋନୀତ କନିଷ୍ଠବର୍ଗରୁ ପ୍ରତ୍ୟେକ ୧୦୦୦ ଟଙ୍କା ଏବଂ ବରିଷ୍ଠ ମନୋନୀତ ଶିଳ୍ପୀଙ୍କୁ ୩୦୦୦ ଟଙ୍କା ପୁରସ୍କାର ରାଶି ଭାବେ ପ୍ରଦାନ
କରାଯିବ। ଏହି ପୁରସ୍କାର ରାଶିକୁ ଅନ୍‌ଲାଇନ୍‌ରେ ଶିଳ୍ପୀଙ୍କ ଆକାଉଣ୍ଟସ୍‌କୁ ସିଞଗାସଳଖ ​‌େ​‌ପ୍ରରଣ କରାଯିବ। ଏତଦ୍‌ବ୍ୟତୀତ ଏକାଡେମୀ ଦ୍ୱାରା ସହବନ୍ଧିତ ରାଜ୍ୟର ୧୦୦ଟି ଚିତ୍ରକଳା ଶିକ୍ଷାନୁଷ୍ଠାନର ନାମ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଘୋଷଣା କରାଯାଇଥିଲା। ଏହି ଅନୁଷ୍ଠାନଗୁଡ଼ିକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ସଂପୂର୍ଣ୍ଣ ପ୍ରତିଯୋଗିତାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସ୍ୱଚ୍ଛତାର ସହ ନିରେ ପକ୍ଷ ଭାବେ ଏକ ଦଳଗତ ଉଦ୍ୟମରେ କରାଯାଇଛି, ଯାହା ଏକ ଅନୋଖା କାର୍ଯ୍ୟକ୍ରମ ଭାବେ ପରିଗଣିତ ହେବ। କେତେକ ନିର୍ବାଚିତ ଚିତ୍ରକୁ ଏକ କ୍ୟାଟ୍‌ଲଗ୍‌ ଭାବେ ଉପସ୍ଥାପିତ କରାଯାଇଥିବାରୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଖୁସିବ୍ୟକ୍ତ କରିଥିଲେ। କୋଭିଡ୍‌ ଲକ୍‌ ଡାଉନ୍‌ ସମୟରେ ଏହି ଧଗରଣର କାର୍ଯ୍ୟକ୍ରମ କୌଣସି ରାଜ୍ୟରେ ଆଗରୁ କରାଯାଇ ନଥିବାବେଳେ ଏହା ଅନ୍ୟମାନଙ୍କ ନିମନ୍ତେ େପ୍ରରଣା େଯାଗାଇବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗର ନିର୍ଦ୍ଦେଶକ ତଥା ଅତିରକ୍ତ ଶାସନ ସଚିବ ବିଜୟ କୁମାର ନାୟକ, ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଏକାଡେମୀର ଓଏସ୍‌ଡି ମନସ୍ୱିନୀ ସାହୁ ଓ ଏକାଡେମୀର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ଉ ପସ୍ଥିତ ଥିଲେ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories