www.samajalive.in
Wednesday, December 10, 2025
14.1 C
Bhubaneswar

ଆମେରିକା ଗୁଇନ୍ଦା ଏଜେନ୍ସିର ସୂଚନା: କ୍ଷେପଣାସ୍ତ୍ର ତିଆରି ଜାରି ରଖିଛି ଉତ୍ତର କୋରିଆ

ୱାଶିଂଟନ : ଶାନ୍ତି କଥାବାର୍ତ୍ତା ସତ୍ତ୍ବେ ଉତ୍ତର କୋରିଆ ପୂର୍ବପରି ତାର କ୍ଷେପଣାସ୍ତ୍ର ତିଆରି କାର୍ଯ୍ୟ ଜାରି ରଖିଛି ବୋଲି ଆମେରିକା ଗୁଇନ୍ଦା ଏଜେନ୍ସି ସନ୍ଦେହ ପ୍ରକାଶ କରିଛି। ଅତୀତରେ ଉତ୍ତର କୋରିଆ ଯେଉଁଠାରେ କ୍ଷେପଣାସ୍ତ୍ର ତିଆରି କରୁଥିଲା ସେହିସବୁ କେନ୍ଦ୍ରଗୁଡିକରେ କ୍ଷେପଣାସ୍ତ୍ର ତିଆରି ଚାଲିଛି ବୋଲି ଆମେରିକା ଗୁଇନ୍ଦା ଏଜେନ୍ସି କହିଛି। ୱାଶିଂଟନ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉପଗ୍ରହରୁ ଉତ୍ତୋଳିତ ଫଟୋରେ ଦେଖାଯାଇଛି ଯେ ପୋଙ୍ଗୟାଙ୍ଗର ଉପକଣ୍ଠ ସାନୁମଡୋଙ୍ଗରେ ଥିବା ଆନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର ଗବେଷଣା କେନ୍ଦ୍ର ପୂର୍ବ ପରି ଚଳଚଞ୍ଚଳ ରହିଛି। ଏହି ରିପୋର୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପ୍ରତିଷ୍ଠା ଉଦ୍ୟମକୁ ବଡ ଧକ୍କା ଦେଇଛି। ଜୁନ ୧୨ରେ ସିଙ୍ଗାପୁରରେ ଟ୍ରମ୍ପଙ୍କ ସହିତ ଉତ୍ତର କୋରିଆର ସର୍ବୋଚ୍ଚ ଶାସକ କିମ୍‍ ଜଙ୍ଗ ଉନ୍‍ଙ୍କ ମଧ୍ୟରେ ଶାନ୍ତି କଥାବାର୍ତ୍ତା ହୋଇଥିଲା। ଏହି କଥାବାର୍ତ୍ତା ବିଶ୍ୱ ଶାନ୍ତି ପ୍ରତିଷ୍ଠା ଦିଗରେ ବଡ ସଫଳତା କୁହାଯାଇଥିଲା। କଥାବାର୍ତ୍ତା ପୂର୍ବରୁ କିମ୍‍ ଆଣବିକ କ୍ଷେପଣାସ୍ତ୍ର ତିଆରି କାର୍ଯ୍ୟକ୍ରମରୁ ଓହରି ଯିବା ନେଇ ଘୋଷଣା କରିଥିଲେ। ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧର ବାତାବରଣ ଲାଗି ରହିଥିବାବେଳେ ଏହା ପ୍ରଶମିତ ହୋଇଥିଲା। ଉତ୍ତର କୋରିଆ ସୁରକ୍ଷା ଦାୟିତ୍ୱ ଆମେରିକା ନେବ ବୋଲି ଟ୍ରମ୍ପ ଘୋଷଣା କରିଥିଲେ; ମାତ୍ର ବାସ୍ତବତା ଏବେ ସମ୍ପୂର୍ଣ୍ଣ ଭିନ୍ନ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories