www.samajalive.in
Monday, December 8, 2025
13.1 C
Bhubaneswar

ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଓଡ଼ିଶାରେ ଅକ୍ସିମିଟର ଯନ୍ତ୍ର ପ୍ରତିଷ୍ଠା

ଭୁବନେଶ୍ବର: ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ତରଫରୁ ରାଜ୍ୟରେ କରୋନା ରୋଗ ଜନିତ ମୃତ୍ୟୁକୁ ରୋକିବା ପାଇଁ ବିଭିନ୍ନ ଗ୍ରାମ ଏବଂ ୱାର୍ଡରେ ଅକ୍ସିମିଟର ଯନ୍ତ୍ର ପ୍ରତିଷ୍ଠା କରାଯାଇଛି। ଏହି ପ୍ରକ୍ରିୟାରେ ଆମ୍ ଆଦ୍‌ମୀ ପାର୍ଟିର କର୍ମୀମାନେ ଅକ୍ସିମିଟର ଯନ୍ତ୍ର ସାହାଯ୍ୟରେ ନିଜ ନିଜ ଅଞ୍ଚଳରେ ଲୋକମାନଙ୍କର ଅକ୍ସିଜେନ ମାପିବା କାମ ଆରମ୍ଭ କରିଛନ୍ତି । ଯଦି ସମୟ ଥାଉଥାଉ ଆର କରୋନା ରୋଗ ହେତୁ ଶରୀରରେ ଅକ୍ସିଜେନର ପରିମାଣ କମିବା ବିଷୟରେ ଜଣା ପଡ଼ିଯାଏ ତେବେ ଉପଯୁକ୍ତ ଚିକିତ୍ସା ମାଧ୍ୟମରେ ସଂକ୍ରମିତ ବ୍ୟକ୍ତିର ଜୀବନ ରକ୍ଷା କରାଯାଇପାରିବ ।

ଆମ୍ ଆଦ୍‌ମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଶ୍ରୀଯୁକ୍ତ ଅରବିନ୍ଦ କେଜରିୱାଲକୁ ଆହ୍ବାନରେ ସାରା ଦେଶରେ ଏହି ଅକ୍ସିଜେନ କେନ୍ଦ୍ର ପ୍ରତିଷ୍ଠା ଉଦ୍ୟମ ଆରମ୍ଭ ହୋଇଛି । ଓଡ଼ିଶାରେ ରାଜ୍ୟ ଆବାହକ ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ରଙ୍କର ସଂଯୋଜନାରେ ସେପ୍ଟେମ୍ବର ୧ ତାରିଖ ଠାରୁ ଏହି ପ୍ରକ୍ରିୟାକୁ ବିଭିନ୍ନ ଅଞ୍ଚଳରେ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୫୦ ଟି ଅକ୍ସିଜେନ ଯାଞ୍ଚ କେନ୍ଦ୍ର ପ୍ରତିଷ୍ଠା କରାଯାଇଅଛି । ଆଗାମୀ ଦିନରେ ପ୍ରତ୍ୟେକ ଗାଁ ଏବଂ ସହରାଞ୍ଚଳରେ ଓ୍ବାର୍ଡ ଗୁଡ଼ିକରେ ଆଗ୍ରହୀ ସାଥୀମାନଙ୍କ ସହାୟତାରେ ଅକ୍ସିଜେନ ଯାଞ୍ଚ କେନ୍ଦ୍ର ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯିବ ।

- Advertisement -

ଏହି ଅକ୍ସିଜେନ ଯାଞ୍ଚ କେନ୍ଦ୍ର ପ୍ରତିଷ୍ଠା ଉଦ୍ୟମର ଶୁଭାରମ୍ଭ ସମୟରେ ରାଜ୍ୟ ଆବାହକ ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଅକ୍ସିମିଟର ଦାନ କରିଥିବା ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବା ସହିତ ଯାଞ୍ଚ କେନ୍ଦ୍ର ପ୍ରତିଷ୍ଠା କରୁଥିବା ଅକ୍ସିମିତ୍ର ମାନଙ୍କୁ କୋରନା ଯୋଦ୍ଧା ଭାବରେ ଅଭିହିତ କରି କରୋନା ଲଢେଇରେ ରାଜ୍ୟବାସୀ ଜୟଯୁକ୍ତ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଆମ୍ ଆଦ୍‌ମୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ସ୍ବାଇଁ ରାଜ୍ୟ କୋଷାଦକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା ଓ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ସଂଯୋଜକ ସୌରଜିତ ମହାନ୍ତି ଉପସ୍ଥିତ ଥିଲେ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories