୪ପ୍ରତିଶତ ବଢିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି। କେନ୍ଦ୍ର କ୍ୟାବିନେଟରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ପ୍ରତିଶତ ବଢାଇବାକୁ ନିଷ୍ପତି ନିଆଯାଇଛି। ମହଙ୍ଗା ଭତ୍ତା ୪୬ପ୍ରତିଶତରୁ ବଢି ୫୦ପ୍ରତିଶତ ହେବ। ୨୦୨୪ ଜାନୁଆରୀ ପହିଲାରୁ ଏହା ଲାଗୁ ହେବ ବୋଲି କୁହାଯାଇଛି। ଏହି ନିଷ୍ପତି ଯୋଗୁ ୪୮ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୭ଲକ୍ଷ ପେନସନ ଭୋଗୀ ଉପକୃତ ହେବ। ଜୁଲାଇ ୨୦୨୩ରେ ମହଙ୍ଗା ଭତ୍ତା ୪୨ରୁ ବଢି ୪୬ପ୍ରତିଶତ ହୋଇଥିଲା। ସେପଟେ ଉଜ୍ୱଳା ଗ୍ୟାସରେ ଦିଆଯାଉଥିବା ୩ଶହ ଟଙ୍କା ସବସିଡିକୁ ଆଉ ବର୍ଷେ ପାଇଁ ବଢାଇ ଦିଆଯାଇଛି। ମହିଳାଙ୍କୁ ମାର୍ଚ୍ଚ ୩୧ ୨୦୨୫ ଯାଏଁ ଉଜ୍ଜଳା ଯୋଜନାରେ ସବସିଡି ମିଳିବ ।
Comments are closed.