ଭୁବନେଶ୍ବର: ରାଜଧାନୀରେ ପୁଣି ଭକ୍ତଙ୍କ ପାଇଁ ଧର୍ମାନୁଷ୍ଠାନ ମନା। ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗତବର୍ଷ ଭଳି ମନ୍ଦିର, ଚର୍ଚ୍ଚ, ମସ୍ଜିଦ୍ମାନଙ୍କରେ କେବଳ ଦୈନିକ ନୀତିକାନ୍ତି ପାଳନ ହେବ। ଧର୍ମାନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ। ଭୁବନେଶ୍ବରରେ ଗତ କିଛି ଦିନ ହେବ ସଂକ୍ରମଣ ଗ୍ରାଫ୍ ପୁଣି ଉପରମୁହାଁ ହୋଇଛି। କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ଧର୍ମର ଧର୍ମଗୁରୁ, କର୍ମକର୍ତ୍ତାଙ୍କ ସହ ଭର୍ଚୁଆଲରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
Popular Categories



