ବୌଦ୍ଧ: ବୌଦ୍ଧଥାନା ଅନ୍ତର୍ଗତ ବୌଦ୍ଧ- ବଘିଆପଡା ରାସ୍ତାର କୁଲିମୁଣ୍ଡା ଗ୍ରାମ ଠାରେ ମଙ୍ଗଳବାର ସକାଳେ ଏକ ଟ୍ରକ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାଇ,ବାମଣ୍ଡା ପଂଚାୟତର କୁଲିମୁଣ୍ଡା ଗ୍ରାମର ପିଣ୍ଟୁ ମାଝି(୨୧) ନାମକ ଜଣେ ଯୁବକ ରାସ୍ତାରେ ଠିଆ ହୋଇଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ବାଉଁଶୁଣୀ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏକ ଠିକା ସଂସ୍ଥା ଦ୍ୱାରା ସେଠାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସେହି ସଂସ୍ଥାର ଗାଡି ଧକ୍କା କରିଥିବା ନେଇ ଆଲୋଚନା ହେଉଛି।
Popular Categories



