www.samajalive.in
Sunday, December 7, 2025
13.1 C
Bhubaneswar

ଆକାଶ ଅମ୍ବାନୀ ରିଲାଏନ୍ସ ଜିଓ ବୋର୍ଡ ଅଧ୍ୟକ୍ଷ, ଇସ୍ତଫା ଦେଲେ ମୁକେଶ

ଡେସ୍କ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓ ବୋର୍ଡରୁ ଇସ୍ତଫା ଦେବାପରେ ତାଙ୍କ ବଡ଼ପୁଅ ଆକାଶ ଅମ୍ବାନୀଙ୍କୁ ପରିଚାଳନା ବୋର୍ଡର ଅଧ୍ୟକ୍ଷ ଭାର ଦେଇଛନ୍ତି। ଷ୍ଟକ୍ ଏକ୍ସଚେଞ୍ଜରେ ରିଲାଏନ୍ସ ଜିଓ ଇନଫୋକମ୍ ପକ୍ଷରୁ ଦାଖଲ ସୂଚନାରେ କୁହାଯାଇଛି ଯେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆକାଶ ଏମ ଅମ୍ବାନୀଙ୍କ ଅଧ୍ୟକ୍ଷ ନିଯୁକ୍ତିକୁ କମ୍ପାନୀ ବୋର୍ଡ ଅନୁମୋଦନ କରିଛି।

ଏଥିରେ କୁହାଯାଇଛି ଯେ ଜୁନ୍ ୨୭ରେ ଆୟୋଜିତ ହୋଇଥିବା ବୈଠକରେ ବୋର୍ଡ ଅଫ୍ ଡାଇରେକ୍ଟର୍ସ ମୁକେଶ ଧିରୁଭାଇ ଅମ୍ବାନିଙ୍କ ଇସ୍ତଫା ଗ୍ରହଣ ହୋଇଛି। ଆକାଶ ଅମ୍ବାନୀ ଡିଜିଟାଲ୍ ସେବା ଏବଂ ରିଲାଏନ୍ସ ଗୋଷ୍ଠୀ ପାଇଁ ୫୦୦ ମିଲିୟନରୁ ଅଧିକ ଗ୍ରାହକଙ୍କ ପାଇଁ ଡିଜିଟାଲ୍ ସୁଗମତା ବ୍ୟବସ୍ଥା ଉପରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ମୁକେଶ ଅମ୍ବାନୀ ଜିଓ ପ୍ଲାଟଫର୍ମ ଲିମିଟେଡର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ। ଜିଓ ପ୍ଲାଟଫର୍ମ ଲିମିଟେଡ ଏକ ଫ୍ଲାଗସିପ୍ କମ୍ପାନୀ ଯାହା ରିଲାଏନ୍ସ ଜିଓ ଇନଫୋକମ୍ ସମେତ ସମସ୍ତ ଜିଓ ଡିଜିଟାଲ୍ ସେବା ବ୍ରାଣ୍ଡର ଅଧିକୃତ ସେବା ପ୍ରଦାନକାରୀ ଅଟେ।

- Advertisement -

ବ୍ରାଉନ୍ ୟୁନିଭରସିଟିରୁ ଅର୍ଥନୀତିରେ ସ୍ନାତକ ହାସଲ କରିଥିବା ଆକାଶ ଅମ୍ବାନୀ, ଜିଓର ୪ଜି ବ୍ୟବସ୍ଥା ଅନୁଯାୟୀ ୨୦୧୭ରେ ଏକ ଇଞ୍ଜିନିୟର୍ ଦଳ ସହ ମିଶି ଜିଓ ଫୋନ ବଜାର ପ୍ରବେଶ କରାଇଥିଲେ। ଆକାଶ ଅମ୍ବାନିଙ୍କୁ ଏହି ନୂଆ ଦାୟିତ୍ୱ ସହ ପଙ୍କଜ ପାୱାରଙ୍କୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ରିଲାଏନ୍ସ ଜିଓ ଇନଫୋକମର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories