www.samajalive.in
Saturday, December 6, 2025
19.1 C
Bhubaneswar

ଲୁଚିଛନ୍ତି ପାକ୍‍ ମତ୍ସ୍ୟଜୀବୀ, ଖୋଜୁଛି ବିଏସଏଫ୍‍

ନୂଆଦିଲ୍ଲୀ: ପାକ୍‍ ମତ୍ସ୍ୟଜୀବୀଙ୍କୁ ଖୋଜୁଛି ବିଏସଏଫ୍‍ । ଗୁଜରେ ଲୁଚିରହିଥିବା ମତ୍ସ୍ୟଜୀବୀଙ୍କୁ ଧରିବା ପାଇଁ ବିଏସଏଫ୍‍ ପକ୍ଷରୁ ଉଦ୍ୟମ ଜାରି ରହିଛି । ଗତକାଲି ଭାରତ ପାକିସ୍ତାନ ସୀମାରେ ଥିବା ନର୍ଲା ଅଞ୍ଚଳରେ ବିଏସଏଫ ସର୍ଚ୍ଚ ଅପରେସନ ଜାରି ରଖିଛି । ଏହି ସର୍ଚ୍ଚ ଅପରେସନରେ ବିଏସଏଫର ସ୍ୱତନ୍ତ୍ର ୟୁନିଟ୍‍ ‘କ୍ରିକ୍‍ କ୍ରୋକଡାଇଲ୍‍ କମାଣ୍ଡୋସ୍’ର ନୟୋଜିତ ରହିଛି । ସୂଚନା ମୁତାବକ ବୁଧବାର ଏନେଇ ଖବର ମିଳିବା ପରେ ନର୍ଲା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ବିଏସଏଫ୍‍ । ଡ୍ରୋନ୍‍ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ନୀରିକ୍ଷଣ କରାଯାଇଥିିଲା । ସର୍ଚ୍ଚ ଅପରେସନ ବେଳେ ୮ଟି ପାକିସ୍ତାନୀ ଡଙ୍ଗା ଜବତ କରାଯାଇଥିଲା । ଗତକାଲି ମଧ୍ୟ ଆଉ ୩ଟି ଡଙ୍ଗା ଜବତ କରାଯାଇଛି ।

ଏନେଇ ବିଏସଏଫର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ୩୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଛି । ହେଲେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ସ୍ଥାନରୁ ପାକିସ୍ତାନୀ ମତ୍ସ୍ୟଜୀବୀ ମାନେ ଖସିଯାଇପାରିବେ ନାହିଁ । ନୟୋଜିତ ଥିବା ‘କ୍ରିକ୍‍ କ୍ରୋକଡାଇଲ୍‍ କମାଣ୍ଡୋସ୍’ର ଅଧିକରୀ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଅପରେସନ ଜାରି ରହିଛି । ବିଏସଏଫ ଏଯାଏ ୧୧ଟି ମତ୍ସ୍ୟଜୀବୀ ଡଙ୍ଗା ଉଦ୍ଧାର କରିଛି । ଘଟଣା ଉପରେ ଜିଏସ୍ ମଲିକ୍, ଆଇପିଏସ୍, ଆଇଜି ବିଏସ୍ଏଫ୍ ନଜର ରଖିଛନ୍ତି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories