www.samajalive.in
Monday, December 8, 2025
24.1 C
Bhubaneswar

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ, ପୁଅକୁ ବଞ୍ଚାଇବାକୁ ନିଆଁ ସହ ଲଢୁଛି ମାଆ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬୫ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ମଧ୍ୟରେ ବିମାନ ଭିତରେ ଥିବା ଲୋକମାନଙ୍କ ସହ ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ରହୁଥିବା ଲୋକମାନେ ମଧ୍ୟ ସାମିଲ ଅଛନ୍ତି। ଏହି ଦୁର୍ଘଟଣା ପରେ ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ମହିଳା ତାଙ୍କ ପୁଅକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ଦେଖାଯାଉଛି।

କୁହାଯାଉଛି ଯେ, ଯେତେବେଳେ ଏହି ବିମାନଟି ଅହମ୍ମଦାବାଦର ମେଘାନୀ ନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେତେବେଳେ ସୀତା ପଟନୀ ନାମକ ଏହି ମହିଳା ତାଙ୍କ ପୁଅ ସହିତ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାମାତ୍ରେ ଏକ ବିରାଟ ତଥା ଭୟଙ୍କର ନିଆଁ ବଳୟ ସୃଷ୍ଟି ହୋଇଥିଲା। ତାଙ୍କ ୧୫ ବର୍ଷର ପୁଅ ନିଆଁ ଭିତରେ ଫସି ଯାଇଥିଲା ଏବଂ ଏଥିରେ ତାଙ୍କର ମୃତ୍ୟୁ ଘଟିଛି।

- Advertisement -


କିନ୍ତୁ ସୀତା ପଟନୀ ଶେଷ ପର୍ଯ୍ୟନ୍ତ ତାଙ୍କ ପିଲାକୁ ସେହି ନିଆଁ ଭିତରୁ ରକ୍ଷା କରିବାକୁ ପ୍ରାଣପଣେ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ଏହି ଉଦ୍ୟମରେ ସେ ମଧ୍ୟ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି। ଏହି ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହି ଭିଡିଓରେ ସେ ପିଲାଟିକୁ ବଞ୍ଚାଇବା ପାଇଁ ରାସ୍ତାରେ ଏଣେତେଣେ ଦୌଡ଼ୁଥିବା ଦେଖାଯାଉଛି ଏବଂ ଠିକ୍‌ ତାଙ୍କ ପାଖରେ ବିମାନ ଦୁର୍ଘଟଣା ପରେ ହୁତୁହୁତୁ ନିଆଁ ଜଳୁଥିବା ଦେଖିବାକୁ ମିଳିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories