www.samajalive.in
Friday, December 5, 2025
26.1 C
Bhubaneswar

ଏମ୍‌ସ ନର୍ସଙ୍କ ଧର୍ମଘଟ; ରୋଗୀ ସେବାରେ ବାଧା ଦେଲେ ଏତଲା ରୁଜୁ ଚେତାବନୀ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ନର୍ସିଂ କର୍ମଚାରୀମାନେ ଗତ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଆରମ୍ଭ କରିଛନ୍ତି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଧର୍ମଘଟ ଯୋଗୁ ଉପୁଜିଥିବା ସମସ୍ୟାର ମୁକାବିଲା ପାଇଁ ଏମ୍‌ସ କର୍ତ୍ତୃପକ୍ଷ ବାହାରୁ ଠିକାରେ କର୍ମଚାରୀ ଆଣି କାମ ଚଳାଇବାକୁ ଉଦ୍ୟମ କରିଛନ୍ତି। ଏମ୍‌ସ ନର୍ସିଂ ୟୁନିୟନ ଅଧ୍ୟକ୍ଷ ହରୀଶ କୁମାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ହରୀଶ କୁମାର କହିଛନ୍ତି, ଏମ୍‌ସର ନର୍ସିଂ କର୍ମଚାରୀମାନେ ଦୀର୍ଘ ଦିନ ହେଲା ନିଜର ଦାବି ପୂରଣ ପାଇଁ କେତେବେଳେ ନିର୍ଦେଶକ ତ କେତେବେଳେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି। କିଛିଦିନ ତଳେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଏମ୍‌ସ ନିର୍ଦେଶକଙ୍କ ବୈଠକ ବସିଥିଲା। ନର୍ସିଂ କର୍ମଚାରୀଙ୍କ ସମସ୍ତ ଦାବି ପୂରଣ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏଯାଏ ତାହା କାର୍ଯ୍ୟକାରୀ ହୋଇ ନ ଥିବାରୁ କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇଛନ୍ତି। କର୍ମଚାରୀଙ୍କ ଧର୍ମଘଟ ଫଳରେ ଏମ୍‌ସ ପରିଚାଳକ ବାହାରୁ ଠିକା କର୍ମଚାରୀଙ୍କୁ ଆଣି କାର୍ଯ୍ୟରେ ଲଗାଉଛନ୍ତି। କର୍ତ୍ତୃପକ୍ଷଙ୍କ ଏପରି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ବୋଲି ହରୀଶ କୁମାର କହିଛନ୍ତି।

- Advertisement -

ଅନ୍ୟପଟେ ନର୍ସିଂ କର୍ମଚାରୀଙ୍କ ଧର୍ମଘଟକୁ ନେଇ ଏମ୍‌ସ କର୍ତ୍ତୃପକ୍ଷ ଚେତାବନୀ ଦେଇ କହିଛନ୍ତି, ଯଦି କୌଣସି କର୍ମଚାରୀ ରୋଗୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ବିରୋଧରେ ଏତଲା ରୁଜୁ ହେବ। ଏ ନେଇ ଏମ୍‌ସ ପକ୍ଷରୁ ଦିଲ୍ଲୀ ପୁଲିସକୁ ପତ୍ର ଲେଖି ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରିବାକୁ ଆବେଦନ କରାଯାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories