ସମାଜ ଡିଜିଟାଲ ଡେସ୍କ: ୧୨ ଜୁନରେ ଅହମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କ୍ୟାପଟେନ୍ ସୁମିତ ସଭରୱାଲଙ୍କ ମୃତଦେହ ତାଙ୍କ ମୁମ୍ବାଇ ସ୍ଥିତ ଘରେ ପହଞ୍ଚିଛି । ଡିଏନଏ ନମୁନା ପରୀକ୍ଷା ହେବା ପରେ ମଙ୍ଗଳବାର ସକାଳୁ ସୁମିତଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏହି ସମୟରେ ସୁମିତଙ୍କ ମୃତଦେହ ଦେଖି ଭାଙ୍ଗି ପଡିଥିଲେ ତାଙ୍କ ମାତା ପିତା । ଲୁହଭରା ଆଖିରେ ପୁଅକୁ ଦେଖି ବିଦାୟ ଦେଉଛନ୍ତି ସୁମିତ ବାପା । ସୁମିତ ଖୁବଶୀଘ୍ର ଚାକିରିରୁ ଅବସର ନେଇ ତାଙ୍କ ବାପାଙ୍କ ସେବା କରିଥାନ୍ତେ । ହେଲେ ଭଗବାନଙ୍କ ଇଚ୍ଛା କିଛି ଅଲଗା ହିଁ ଥିଲା । ସୁମିତଙ୍କ ଅନ୍ତିମ ଯାତ୍ରା ବେଳେ ପିତା ପୁଷ୍କରାଜ ଲୁହଭରା ଆଖିରେ ବିଦାୟ ଦେଇଥିଲେ । ୬୦ବର୍ଷୀୟ ସୁମିତ ବିମାନରେ ଅନ୍ୟ ପାଇଲଟଙ୍କ ଅପେକ୍ଷା ସବୁଠାରୁ ଅଭିଜ୍ଞ ଥିଲେ । ତାଙ୍କ ପିତା ୯୦ବର୍ଷ ବୟସ୍କ, ସୁମିତ ବହୁତ ଶୀଘ୍ର ଅବସର ନେବାକୁ ଯାଉଥିଲେ, ଯାହା ଦ୍ୱାରା ସେ ତାଙ୍କ ବାପାଙ୍କ ସହିତ ତାଙ୍କର ବାକି ସମୟ ବିତାଇପାରିବେ।
#WATCH | #AirIndiaPlaneCrash | Maharashtra: Father of Captain Sumeet Sabharwal, Pushkaraj pays emotional tribute to his son outside their residence in Powai, Mumbai.
Captain Sabharwal was flying the ill-fated London-bound Air India flight that crashed soon after take off in… pic.twitter.com/NStRiMM6BY
— ANI (@ANI) June 17, 2025



