www.samajalive.in
Monday, December 8, 2025
24.1 C
Bhubaneswar

କରୋନା ନେଲା ଜୀବନ: ପୁଅ କାନ୍ଧେଇଲାନି ବାପାଙ୍କ ମୃତଦେହ

ଆଗଲପୁର :କରୋନା ସମୟରେ ହଜିଯାଉଛି ମାନବିକତା। ଆଗଲପୁର ବ୍ଲକ ଅନ୍ତର୍ଗତ ନୁନିଆଁପାଲି ଗ୍ରାମର ରଙ୍କମଣି ପୁଟେଲ(୭୦) ସୋମବାର କରୋନାରେ ମୃତ୍ୟୁ ହୋଇଥିବା ଆଗଲପୁର ବିଡିଓ ଭୁବନ କୁମାର ଶତପଥୀ ସୂଚନା ଦେଇଛନ୍ତି। ଶ୍ରୀ ଶତପଥୀଙ୍କ ସୂଚନା ଅନୁସାରେ, ଗତ ୧୬ ତାରିଖ ରଙ୍କମଣି ପୁଟେଲ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା। କରୋନା ପରୀକ୍ଷା କରିବାରୁ ସଂକ୍ରମଣ ଚିହ୍ନଟ ହେବା ପରେ ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର ପକ୍ଷରୁ ଔଷଧ ଦେଇ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସମୋବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ରଙ୍କମଣିର ବଡପୁଅ ଭକ୍ତ ପୁଟେଲ ଉପସ୍ଥିତ ଥିବାବେଳେ ତାଙ୍କ ସାନପୁଅ ଜଗତରାମ ପୁଟେଲ କରୋନା ହୋଇଥିବାରୁ ନିଜ ବାପାର ମୃତଦେହ ସତ୍କାର ପାଇଁ ଆସିପାରିନଥିଲା।

 

- Advertisement -

ଏ ବିଷୟରେ ଆଗଲପୁର ବିଡିଓ ଶ୍ରୀ ଶତପଥୀ ଜାଣିବାପରେ ଆଗଲପୁର ତହସିଲଦାର ସନ୍ତୋଷ କୁମାର ଦାଶ, ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ ଘଟଣାସ୍ଥଳକୁ ପହଞ୍ଚି ଶବସତ୍କାର ପାଇଁ କହିବାରୁ ଗ୍ରାମର ମଧ୍ୟ କେହି ରାଜି ହୋଇ ନଥିଲେ। ଏ ସଂପର୍କରେ ଆଗଲପୁର ମାହେଶ୍ୱରୀ ସଂଗଠନ ଓ ବିଙ୍ଗ ହ୍ୟୁମାନ ସଂଗଠନର ସଦସ୍ୟମାନେ ସୂଚନା ପାଇ ଘଟଣାସ୍ଥଳକୁ ଆସିଥିଲେ। ସେମାନେ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ କିଟ୍) ପିନ୍ଧି ରାତି ୧୦ଟା ସମୟରେ ଶବସତ୍କାର କରିଥିଲେ।। ଏହି ସମୟରେ ନୁନିଆଁପାଲି ଗ୍ରାମର କେତେକ ଭଦ୍ରବ୍ୟକ୍ତି ଲାଇଟର ବ୍ୟବସ୍ଥା କରି ଶ୍ମଶାନକୁ ଯାଇଥିଲେ। ଆଗଲପୁର ମାହେଶ୍ୱରୀ ସଂଗଠନ ଓ ବିଙ୍ଗ ହ୍ୟୁମାନ ସଂଗଠନର ସଦସ୍ୟମାନେ ଶବସତ୍କାର କରି ଫେରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories