www.samajalive.in
Wednesday, December 10, 2025
26.1 C
Bhubaneswar

ହାଲ୍ ସମ୍ପର୍କରେ ରାହୁଲ ଦେଶକୁ ବିଭ୍ରାନ୍ତ କରୁଛନ୍ତି: ସୀତାରମଣ

ନୂଆଦିଲ୍ଲୀ : ହାଲ୍‌କୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡନ କରିଛନ୍ତି। ସୀତାରମଣ କହିଛନ୍ତି ଯେ ହାଲକୁ ନେଇ ରାହୁଲ ଦେଶକୁ ବିଭ୍ରାନ୍ତ କରୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ। ହାଲକୁ ସରକାର ୧ଲକ୍ଷ କୋଟି ଟଙ୍କାର ଅଧିଗ୍ରହଣ ନିର୍ଦେଶ ଦିଆଯିବା ସମ୍ପର୍କରେ ସୀତାରମଣ ସବିଶେଷ ତଥ୍ୟ ଦେଇଛନ୍ତି। ସୀତାରମଣ କହିଛନ୍ତି ଯେ ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରେ ହାଲ୍‌ ଠାରୁ ୨୬,୫୭୦ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଅଧିଗ୍ରହଣ ନିର୍ଦେଶ ଦିଆଯାଇଛି। ଆଉ ୭୩,୦୦୦ କୋଟି ଟଙ୍କାର ବୁଝାମଣା ପାଇଁ ଯୋଜନା ଚାଲିଛି। ତେଣୁ ହାଲ୍‌କୁ ସରକାର ୧ଲକ୍ଷ କୋଟି ଟଙ୍କାର ଅଧିଗ୍ରହଣ ନିର୍ଦେଶ ଦେଇଥିବା ନେଇ ସଂସଦରେ ଯାହା କୁହାଯାଇଛି ତାହା ମିଛ ନୁହେଁ। ବରଂ ରାହୁଲ ନିଜେ ମିଛ କହିଥିବାରୁ ସଂସଦରେ କ୍ଷମା ମାଗନ୍ତୁ ବୋଲି ସୀତାରମଣ କହିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories