ଓଲା ପରେ ଏବେ ଆସିବ ଜିରୋଧା ଆଇପିଓ !

ନୂଆଦିଲ୍ଲୀ : ଓଲା ଇଲେକ୍ଟ୍ରିକ୍, ୟୁନିକମର୍ସ ଓ ଫାଷ୍ଟ କ୍ରାଏର ଆଇପିଓରେ ନିବେଶକଙ୍କୁ ବହୁତ ଫାଇଦା ମିଳିଛି । ଏହା ଦର୍ଶାଉଛି କି ଲୋକମାନେ ଏହି କମ୍ପାନୀ ଉପରେ ଭରସା କରୁଛନ୍ତି ଏବଂ ଅଧିକରୁ ଅଧିକ ନିବେଶ କରିବାକୁ ଚାହୁଁଛନ୍ତି । ଜିରୋଧାର ମାଲିକ ନୀତିନ କାମତ ମଧ୍ୟ ଏହି ଆଇପିଓର ପ୍ରଶଂସା କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ଭାରତୀୟ କମ୍ପାନୀମାନେ ସେୟାର ମାର୍କେଟକୁ ଆସିବା ଉଚିତ୍ ।

ଏହି ଆଇପିଓର ଫଳାଫଳ ଦେଖି ଅନ୍ୟ କମ୍ପାନୀମାନେ ମଧ୍ୟ ସେୟାର ମାର୍କେଟକୁ ଆସିବାକୁ ସାହସ କରିପାରୁଛନ୍ତି ବୋଲି ନୀତିନ କାମତ ମତ ରଖିଛନ୍ତି । ମାର୍କେଟର ବୃଦ୍ଧି ପାଇଁ ନୂଆ ନୂଆ କମ୍ପାନୀଗୁଡିକ ସେୟାର ବଜାରରେ ତାଲିକାଭୁକ୍ତ ହେବା ଉଚିତ୍ । ତାଙ୍କର ଏମିତି ଟ୍ବିଟ ପରେ ଲୋକେ ଜିରୋଧାର ମଧ୍ୟ ଆଇପିଓ ଆଣିବା ପାଇଁ ଅନୁରୋଧ କରୁଛନ୍ତି ।

prayash

ଏହା ପରେ କାମତ ପୁଣି ନିଜ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କମ୍ପାନୀ ଅଧିକ ଆୟ ଆଶା କରୁନି ବୋଲି ସେ କହିଛନ୍ତି । ଅନ୍ୟ କମ୍ପାନୀଙ୍କୁ ପରାମର୍ଶ ଦେବା ପରେ ନିଜ କମ୍ପାନୀକୁ ସାମ୍ନାକୁ ନଆଣିବା ସାମାନ୍ୟ ଭୁଲ୍ ଲାଗିପାରେ ବୋଲି ମଧ୍ୟ ସେ ନିଜେ କହିଛନ୍ତି । ତେବେ ସେ ଏନେଇ କିଛି ଯୋଜନା କରିନାହାଁନ୍ତି, ଏବଂ ଆଗକୁ ଚିନ୍ତା କରିବେ ବୋଲି କହିଛନ୍ତି ।

ରୁଷର ବଡ଼ ସହର କବ୍‌ଜା କଲା ୟୁକ୍ରେନ

Comments are closed.