www.samajalive.in
Thursday, December 11, 2025
15.1 C
Bhubaneswar

କୋଟିଆ ପରେ କାଶୀନଗର, ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର

ପାରଳାଖେମୁଣ୍ଡି/କାଶୀନଗର: ଓଡ଼ିଶା ଗାଁରେ ଆନ୍ଧ୍ରର ବିସ୍ତାରବାଦ ନୀତି ଜାରି ରହିଛି। ସୀମା ନୀତିନିୟମ ନମାନି ଆନ୍ଧ୍ର ସରକାର ଓଡ଼ିଶା ମାଟିରେ ଗୋଟିଏ ପରେ ଗୋଟିଏ ନିର୍ମାଣ କାମ କରି ଚାଲିଛି। କୋରାପୁଟର କୋଟିଆ, ଗଜପତିର ଗଙ୍ଗାବାଡ ଏବଂ ଗଞ୍ଜାମ ଜିଲାର ପାତ୍ରପୁର ବ୍ଲକ ଅନ୍ତର୍ଗତ ଗୁଡିଖଳାରେ ପଞ୍ଚାୟତ ନିର୍ବାଚନ କରାଇବାକୁ ନେଇ ସୃଷ୍ଟ ବିବାଦ ନଥମୁଣୁ ଓଡ଼ିଶା ମାଟିରେ ଆନ୍ଧ୍ର ଏଭଳି ହୀନ ଉଦ୍ୟମରୁ ବିରତ ରହିବା ପରିବର୍ତ୍ତେ ବରଂ ଅଧିକ ନିର୍ମାଣ କରି ଚାଲିଛି। ଗଜପତି ଜିଲାର କାଶୀନଗର ତହସିଲ ଅଞ୍ଚଳରେ ଆନ୍ଧ୍ର ସରକାର ସ୍କୁଲ ପ୍ରତିଷ୍ଠା ସହ ରାସ୍ତା ନିର୍ମାଣ କରିଛି। ଏହାକୁ ନେଇ ଏଠାରେ ନୂତନ ବିବାଦ ସୃଷ୍ଟି ହୋଇଛି। ଗଜପତି ଜିଲା କାଶୀନଗର ତହସିଲ ଅନ୍ତର୍ଗତ ହାଡୁଭାଙ୍ଗି ରାଜସ୍ୱ ନିରୀକ୍ଷକଙ୍କ ସୀମା ମଧ୍ୟରେ ଆନ୍ଧ୍ର ୧୯୫୫ମସିହାରୁ ଜିଲା ପରିଷଦ ହାଇସ୍କୁଲ କୋଠା ନିର୍ମାଣ ସହ ଶିକ୍ଷାଦାନ କରି ଆସୁଛି। ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀର ପାଠପଢା ହେଉଛି। ତେବେ ଯେଉଁ ସ୍ଥାନରେ ବିଦ୍ୟାଳୟ ପ୍ରତିଷ୍ଠା କରିଛି ତାହା ସମ୍ପୂର୍ଣ୍ଣ ଓଡିଶାର ବୋଲି ଉପଜିଲାପାଳ ସଂଗ୍ରାମ ପଣ୍ଡା ଗଣମାଧ୍ୟମକୁ ଜଣାଇଛନ୍ତି।

ବିଦ୍ୟାଳୟ ନିର୍ମାଣ ପାଇଁ ଜଣେ ବଦାନ୍ୟ ବ୍ୟକ୍ତି ଆନ୍ଧ୍ରକୁ ଏହି ଜମି ପ୍ରଦାନ କରିଥିବା ମଧ୍ୟ ଜଣାପଡିଛି। ସେପଟେ ଓଡିଶାର କୌଣସି ସ୍ଥାନରେ ଆନ୍ଧ୍ର ସରକାର ବିଦ୍ୟାଳୟ ଚଲାଇ ପାରିବ ନାହିଁ ବୋଲି ରୋକଠୋକ ଭାବେ ଉପଜିଲାପାଳ କହିଛନ୍ତି। ତେବେ ଏହି ସ୍ଥାନକୁ ଆନ୍ଧ୍ର କୌଶଲ୍ୟପୁରମ ବୋଲି ଘୋଷଣା କରିଛି। ଏଠାରେ ଆନ୍ଧ୍ର ଓ ଓଡିଶା ପକ୍ଷରୁ ଜମିପଟ୍ଟା ମଧ୍ୟ ପ୍ରଦାନ କରାଯାଇଛି। ଏପରିକି ଉକ୍ତ ସ୍କୁଲକୁ ଗଜପତି ଜିଲା ପ୍ରସାଶନ ତାଲା ପକାଇବ ବୋଲି ଜଣେ ଅଧିକାରୀ ନାମ ଗୁପ୍ତ ରଖିବାକୁ ସର୍ତ୍ତରେ କହିଛନ୍ତି। ଏ ବିଷୟରେ ଜିଲା ପ୍ରଶାସନ ଜଣାଇବା ପରେ ମଧ୍ୟ ସ୍କୁଲ ଚାଲୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ହସ୍ତଗତ ହୋଇଛି। ସେପଟେ ଉତ୍କଳ ସମ୍ବିଳନୀ ରାଜ୍ୟ ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି କାଶୀନଗର ତହସିଲ ହାଡୁଭାଙ୍ଗି ମୌଜାରେ ଖାତା. ନଂ ୮୨, ପ୍ଲଟ ନଂ ୮୧୩ରେ ଆନ୍ଧ୍ରର ମଣ୍ଡଳ ପରିଷଦ ଉନ୍ନୀତ ପାଠଶାଳା ନାମରେ ଏକ ସ୍କୁଲଗୃହ ୧୯୭୪ ପୂର୍ବରୁ ଚାଲିଥିବା ଓଡିଶାର ହାଡୁବାଙ୍ଗି ମୌଜାର ରାଜସ୍ୱ ଖତିୟାନରୁ ଜଣାଯାଏ।

- Advertisement -

ଏହି ବିଦ୍ୟାଳୟ ଜମିଟି ଏକ ରୟତ ଜମି ଏବଂ ଏହାର ମାଲିକ ଭାବେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମେତ ଅନ୍ୟମାନଙ୍କ ନାମରେ ରହିଛି। ଉକ୍ତ ବିଦ୍ୟାଳୟେର ଆନ୍ଧ୍ର ସରକାର ପ୍ରଶାସନିକ କାର୍ୟ୍ୟ ଜାରି ରଖିଛନ୍ତି। ଏହା ଓଡିଶାର ସ୍ୱାଭିମାନ କ୍ଷୂର୍ଣ୍ଣ କରିଛି ବୋଲି ସେ କହିଛନ୍ତି।

କାଶୀନଗରରୁ ମିଳିଥିବା ସୂଚନା ପ୍ରକାରେ ଏହି ବ୍ଲକର ସିଙ୍ଗିପୁର ଏଫସିଆଇ ଗୋଦାମ ନିକଟ ପୂର୍ତ୍ତ ରାସ୍ତାଠାରୁ ଆନ୍ଧ୍ରର ଆଳତି ଗ୍ରାମ ପର୍ୟ୍ୟନ୍ତ ପକ୍କା ରାସ୍ତା ଆନ୍ଧ୍ର ଶ୍ରୀକାକୁଲମ ଜିଲା କତୁରୁ ମଣ୍ଡଳର ସିତାମପେଟା ଆଇଟିଡ଼ିଏ ବିଭାଗ ପକ୍ଷରୁ ବେଆଇନ ଭାବେ ନିର୍ମାଣ କରାଯାଇଛି। ଆନ୍ଧ୍ର ସରକାର ଓଡ଼ିଶାରେ ରାସ୍ତା ନିର୍ମାଣ କରୁଥିବା ଖବର ପାଇ କାଶୀନଗର ତହସିଲଦାର ଶାନ୍ତିସ୍ୱରୂପ ମିଶ୍ର ଓ ଆଇଆଇସି ସୁଶାନ୍ତ କୁମାର ସାହୁ ନିର୍ମାଣ ସ୍ଥଳରେ ପହଞ୍ଚି ରାସ୍ତା ତିଆରିରେ ବ୍ୟବହୃତ ସିମେଣ୍ଟ ଗ୍ରାଇଣ୍ଡର ମେସିନ, ସିମେଣ୍ଟ, ଚିପ୍ସ ଆଦି ସାମଗ୍ରୀ ଜବତ କରି କାଶୀନଗର ଥାନାରେ ମହଯୁଦ ରଖିଛନ୍ତି। ଗଜପତି ଜିଲାର ଗଙ୍ଗାବାଡ଼ ନିର୍ବାଚନରେ ବିଫଳ ପରେ ଆନ୍ଧ୍ରର ରାସ୍ତା ନିର୍ମାଣ କରି ଦାଦାଗିରି ଦେଖାଇଛି। ପୂର୍ବରୁ ମଧ୍ୟ ଏଠାରେ ଏକ ରେଷ୍ଟସେଡ ନିର୍ମାଣ କରି ତେଲୁଗୁ ଭାଷାରେ ଆନ୍ଧ୍ର ଦ୍ୱାରା ନିର୍ମାଣ ଉଲ୍ଲେଖ ଥାଇ ସାଇନବୋର୍ଡ଼ ମରା ଯାଇଥିଲା। ବର୍ତ୍ତମାନ ଉପାନ୍ତ ଅଞ୍ଚଳରେ ଆନ୍ଧ୍ରର ବେଆଇନ ପ୍ରବେଶ ସମଗ୍ର ରାଜ୍ୟ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଗଜପତିରେ ଏପରି ନିର୍ମାଣ କାର୍ୟ୍ୟ କରି ଆନ୍ଧ୍ର ବାହାବା ନେବାକୁ ଚାହୁଁଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories