www.samajalive.in
Saturday, December 13, 2025
21.1 C
Bhubaneswar

ପାରଳାଖେମୁଣ୍ଡି ଷ୍ଟେସନର ସମୀକ୍ଷା କଲେ ଏଡିଆରଏମ୍

ଗଜପତି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ରେଳଷ୍ଟେସନଠାରେ ପୂର୍ବତଟ ୱାଲଟିୟର ଡିଭିଜନର ଏଡିଆରଏମ୍ (ଭିତ୍ତିଭୂମି) ଇ. ଶାନ୍ତାରାମ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି। ଗୁରୁବାର ବିଶାଖାପାଟଣାରୁ ଗୁଣୁପୁର ଯାଉଥିବା ଟ୍ରେନ୍ ଯୋଗେ ନୈପଡାରୁ ପାରଳାଖେମୁଣ୍ଡି ଯାଏଁ ରହିଥିବା ରେଳପଥର ନିରୀକ୍ଷଣ କରିଥିଲେ। ମୁଖ୍ୟ କରି ବିଭିନ୍ନ ଷ୍ଟେସନ ସମେତ ଷ୍ଟେସନରେ ରହିଥିବା ଭିତ୍ତିଭୂମିଗୁଡିକର ସ୍ଥିତି ଓ ଟ୍ରାକର ପରିସ୍ଥିତି ଦେଖିଥିଲେ। ପରେ ପାରଳାଖେମୁଣ୍ଡିଠାରେ ଅମୃତ ଭାରତ ଯୋଜନାରେ ଉଦଘାଟନ ହେବାକୁ ଥିବା ରେଳ ଷ୍ଟେସନର ନିର୍ମାଣ କାର୍ଯ୍ୟର ସରଜମିନ ତଦନ୍ତ କରିଥିଲେ। ତେବେ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଓ ସଠିକ୍ ଭାବେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରି କି ଷ୍ଟେସନ ନିର୍ମାଣ ପରଠାରୁ କେଉଁଠାରେ ବଲ୍‌ବ ନ ଜଳିବା ତ କେଉଁଠି ଟାଇଲ୍ସ ଉଠିବା ଏପରିକି ବର୍ଷା ଜଳ ପ୍ଲାଟଫର୍ମରେ ପ୍ରବାହିତ ହେବା ଓ ଆଲୋକୀକରଣ ବ୍ୟବସ୍ଥାକୁ ସୁଧାରିବା ପାଇଁ ତାଗିଦ କରିଥିଲେ। ଏ ନେଇ ହେଉଥିବା ବାରମ୍ବାର ଅଭିଯୋଗକୁ ନେଇ ବିରକ୍ତି ପ୍ରକାଶ କରିଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories