www.samajalive.in
Sunday, December 14, 2025
26.1 C
Bhubaneswar

ଆଧାର ତଥ୍ୟ ପ୍ରଘଟ ହେଲେ ନିର୍ବାଚନ ପ୍ରଭାବିତ ହେବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଧାର କାର୍ଡ ତଥ୍ୟ ପ୍ରଘଟ (ଲିକ୍‌) ହେଲେ ନିର୍ବାଚନ ପରିମାଣ ପ୍ରଭାବିତ ହେବ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ ଆଶଙ୍କା ପ୍ରକାଶ କରିଛନ୍ତି । ଏହାକୁ ନେଇ ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଥିଲା ଯେ ଆଧାର ଜରିଆରେ ଏକାଠି କରାଯାଇଥିବା ତଥ୍ୟ ପରମାଣୁ ବୋମା ନୁହେଁ, ଲୋକଙ୍କ ମଧ୍ୟରେ ଆବେଦନମାନେ ପ୍ରସାର ଓ ପ୍ରଚାର କରୁଥିବା ଭୟକୁ ଦୁରିଭୁତ କରନ୍ତୁ । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ଖଣ୍ଡପୀଠର ସଦସ୍ୟ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ ୟୁଆଇଡିଏଆଇର ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀଙ୍କୁ ପଚାରିଥିଲେ ଯେ ଦେଶରେ ତଥ୍ୟ ସୁରକ୍ଷା ପାଇଁ କୌଣସି ଆଇନ ନ ଥିବାବେଳେ, ତଥ୍ୟ ସୁରକ୍ଷିତ ବୋଲି କହିବା କେତେ ସମୁଚିତ । ତେଣୁ ଆଧାର ତଥ୍ୟ ପ୍ରଘଟ ହେଲେ ନିର୍ବାଚନ ପ୍ରଭାବିତ ହେବା ଆଶଙ୍କା ନିରାଧାର ନୁହେଁ । ଆବେଦନକାରୀ କେମ୍ବ୍ରିଜ୍‌ ଆନାଲିଟିକାର ତଥ୍ୟ ଚୋରିକୁ ନେଇ ଯୁକ୍ତି ରଖିଥିଲେ । ସରକାରୀ ଓକିଲ କହିଥିଲେ ଯେ ୟୁଆଇଡିଆଇରେ ଗୁଗଲ କିମ୍ବା ଫେସ୍‌ବୁକ୍‌ ଭଳି ତଥ୍ୟର ବିଶ୍ଲେଷଣ କରିବାର ବ୍ୟବସ୍ଥା ନାହିଁ । ଆଧାର କୌଣସି ପ୍ରକାର ତଥ୍ୟର ବିଶ୍ଲେଷଣ ବା ଅନୁଧ୍ୟାନ ପାଇଁ ଅନୁମତି ଦିଏନାହିଁ । ଆଧାର ପାଇଁ କୌଣସି ଲୋକ ଆବେଦନ କଲେ କେବଳ ହଁ କିମ୍ବା ନାରେ ଉତ୍ତର ଦିଆଯାଇଥାଏ । ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ ଆଧାର ପ୍ରସ୍ତୁତିରେ ଘରୋଇ ସଂସ୍ଥାକୁ ସାମିଲ କରିବାର ଅର୍ଥ କ’ଣ । ସରକାରୀ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ଆଧାର ପ୍ରସ୍ତୁତିର ଅଧିକାର ସମସ୍ତ ତନାଘନା ପରେ ବେସରକାରୀ ସଂସ୍ଥାକୁ ପ୍ରଦାନ କରାଯାଇଥାଏ । ଏହା ସହ ଆଧାର ପ୍ରମାଣ ପାଇଁ ଅନେକ ସୁରକ୍ଷାଗତ ପ୍ରଶ୍ନ ଦେଇ ଯିବାକୁ ପଡିଥାଏ। ତେଣୁ ଏହା ଦ୍ୱାରା ଆଧାର ତଥ୍ୟ ପ୍ରଘଟର ଆଶଙ୍କା ନାହିଁ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories