www.samajalive.in
Saturday, December 6, 2025
26.1 C
Bhubaneswar

ପଶୁଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଲେ ବଲିଉଡ଼ ଅଭିନେତ୍ରୀ : କୁକୁରକୁ ପିଟିଥିବା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ

ମୁମ୍ବଇ : ପଶୁମାନଙ୍କୁ ନ୍ୟାୟ ଦେବା ପାଇଁ ଆଗକୁ ବାହାରିଛନ୍ତି ବଲିଉଡ଼ ଅଭିନେତ୍ରୀ। ଗୋଟିଏ କୁକୁରକୁ ନ୍ୟାୟ ଦେବା ପାଇଁ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛନ୍ତି ୩ ବଲିଉଡ଼ ଅଭିନେତ୍ରୀ।

ସୂଚନା ଅନୁସାରେ, ମୁମ୍ବଇର ୱର୍ଲି ଅଞ୍ଚଳରେ ବର୍ଷାରୁ ରକ୍ଷା ପାଇବା ପାଇଁ ଗୋଟିଏ ବୁଲା କୁକୁର ଏକ କୋଠାଘର ଭିତରକୁ ପଶି ଯାଇଥିଲା। ଏହାପରେ ସେଠାକାର ଚୌକିଦାର ତାକୁ ନୃସଂସ ଭାବେ ପିଟିଥିଲା। ଏହି କୁକୁରର ଫଟୋ ଏବଂ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‍ ଭାଇରାଲ୍‍ ହେବାରେ ଲାଗିଛି। ଯାହାକୁ ଅଭିନେତ୍ରୀ ସୋନମ କପୁର, ଅନୁଷ୍କା ଶର୍ମା ଓ ଜ୍ୟାକ୍‍ଲିନ୍‍ ଫର୍ଣ୍ଣାଣ୍ଡିସ୍‍ ନିଜ ଇନ୍‍ଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଶେୟାର କରିଛନ୍ତି। ଏହି ଖବର ଭାଇରାଲ୍‍ ହେବା ପରେ କୁକୁରକୁ ପିଟିଥିବା ଉକ୍ତ ଚୌକିଦାର ନାମରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

- Advertisement -

ସେହି କୁକୁରର ଫଟୋ ଶେୟାର କରି ଅଭିନେତ୍ରୀମାନେ ତାକୁ ନ୍ୟାୟ ଦେବା କଥା କହିଛନ୍ତି। ଅନୁଷ୍କା କହିଛନ୍ତି, “ଏପରି ଅମାନବିକ କାର୍ଯ୍ୟ ନିହାତି ଅବିଶ୍ୱସନୀୟ। ଏବେ ସମୟ ଆସିଛି ଆମ ସମାଜର ଲୋକମାନଙ୍କ ସହ ମିଶି ଆଗକୁ ଆସିବା ଏବଂ ସେହିମାନଙ୍କୁ ନ୍ୟାୟ ଦେବା ଯେଉଁମାନେ ନିଜ ପାଇଁ ଠିଆ ହେବାକୁ ଅକ୍ଷମ”। ସୋନମ ଉକ୍ତ ଫଟୋକୁ ଶେୟାର କରି ଲେଖିଛନ୍ତି, “ଯେଉଁ ବ୍ୟକ୍ତି ଏପରି କାମ କରିଛନ୍ତି, ତାଙ୍କ ବିରୋଧରେ ମାମଲା ରୁଜୁ ହୋଇସାରିଛି”। ଏହାବ୍ୟତୀତ ଜ୍ୟାକ୍‍ଲିନ୍‍ ମଧ୍ୟ ଇନ୍‍ଷ୍ଟାଗ୍ରାମ୍‍ ଜରିଆରେ ଏହାକୁ ଶେୟାର କରି ଲୋକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଅଭିନେତ୍ରୀମାନଙ୍କ ଏହି ପୋଷ୍ଟକୁ ନେଇ ଲୋକେ ସେମାନଙ୍କୁ ସମର୍ଥନ କରିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories