ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ପାଇଁ ଅଚ୍ୟୁତ ସାମନ୍ତଙ୍କୁ ନିର୍ଦେଶ
ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଜାରି

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। କିଟ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମସ୍ତ କାଗଜାତ ସହ ଶୁକ୍ରବାର(୨୧.୦୨.୨୦୨୫) ସନ୍ଧ୍ୟା ୬.୩୦ସମୟରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି।
ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରବର୍ତ୍ତୀ ପଦକ୍ଷେପର ତଦନ୍ତ କରିବାକୁ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ନେଇଛି ବୋଲି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଚିଠି ଲେଖିଛି। ତେଣୁ, ତାଙ୍କୁ ୨୧.୦୨.୨୦୨୫(ଶୁକ୍ରବାର) ସନ୍ଧ୍ୟା ୬.୩୦ ସମୟରେ ଭୁବନେଶ୍ୱରର ନୂତନ ଆନେକ୍ସ ବିଲ୍ଡିଂ, ରାଜ୍ୟ ଅତିଥି ଭବନରେ ମିନି ସମ୍ମିଳନୀ ହଲ୍ରେ ଉଚ୍ଚସ୍ତରୀୟ କମିଟି ସମ୍ମୁଖରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଉଚ୍ଚ ଶିକ୍ଷା ବିଭାଗର ଆଦେଶରେ ଉଲ୍ଲେଖ କରାଯାଇଥିବା ସର୍ତ୍ତାବଳୀ ଅନୁଯାୟୀ କମିଟି ସମ୍ମୁଖରେ ପର୍ଯ୍ୟାପ୍ତ ଡକ୍ୟୁମେଣ୍ଟାରୀ ପ୍ରମାଣ ସହିତ ପ୍ରମାଣ ଦାଖଲ କରିବାକୁ ଅଚ୍ୟୁତ ସାମନ୍ତଙ୍କୁ ଅନୁରୋଧ କରାଯାଇଛି ବୋଲି ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।
Comments are closed.