www.samajalive.in
Wednesday, December 10, 2025
16.1 C
Bhubaneswar

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଅମ୍ବାଦଳା : ରାୟଗଡା ଜିଲ୍ଲାର ଅମ୍ବାଦଳା ଥାନା ଅନ୍ତର୍ଗତ ଝିଗିଡି ପୋଲ ନିକଟରେ ଠିଆ ହୋଇଥିବା ଏକ ଟ୍ରକକୁ ବାଡେଇ ବାଇକ ଚାଳକ ଯୁବକର ମୃତ୍ୟୁ ଘଟିଥିବା ଜଣା ପଡିଛି । ସୂଚନା ଅନୁଯାଇ ଅମ୍ବାଦଳା ଥାନା ଶିବପଦର ପଞ୍ଚାୟତ ଡୁରକିଳିମା ଗ୍ରାମର ଘାସିରାମ ମାମୁଡିଙ୍କ ୨୧ ବର୍ଷ  ବୟସ୍କ ପୁଅ ଅଜୟ ମାମୁଡି କୌଣସି କାର୍ଯ୍ୟ ପାଇଁ ଶୁକ୍ରବାର ଅପରାହ୍ନ ସମୟରେ ଅମ୍ବାଦଳା ଆସି ଘରକୁ ଫେରୁ ଥିବା ସମୟରେ ଝିଗିଡି ପୋଲ ନିକଟରେ ଠିଆ ହୋଇ ଥିବା ଏକ ଟ୍ରକକୁ  ଭରସାମ୍ୟ ହରାଇ  ଧକ୍କା ଦେଇଥିଲା। ଯେଉଁଥିରେ ବାଇକ ଚାଳକ ଯୁବକ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇ ଥିଲା । ମୃତ ଅଜୟର ମୁଣ୍ଡ ଓ ଛାତିରେ ଶକ୍ତ ଆଘାତ ଲାଗିବାରୁ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇ ଥିଲା ଦୁର୍ଘଟଣାର ଖବର ପାଇ ଅମ୍ବାଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ପରିବାର ବର୍ଗଙ୍କୁ ସୂଚନା ଦେବା ସହ ମୃତ ଦେହ ଉଦ୍ଧାର କରିବା ସହ ଶବକୁ ଶବ ବ୍ୟବଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇ ଦେଇ  ଦୁର୍ଘଟଣାର ତଦନ୍ତ କରୁଥିବା ପୁଲିସ କହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories