www.samajalive.in
Monday, December 8, 2025
24.1 C
Bhubaneswar

ହାଇୱା ଧକ୍କାରେ ଜଣେ ମୃତ, ୩ ଆହତ

ବେଗୁନିଆ  :ବେଗୁନିଆସ୍ଥିତ ପୋଷ୍ଟ ଅଫିସଛକରେ ଆଜି  ଏକ ହାଇୱା ଧକ୍କାରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବାବେଳେ ୩ ଜଣ ଆହତ ହୋଇଥିବାର ଜଣାପଡିଛି l ପ୍ରକାଶ ଯେ ବାଘମାରୀ ଥାନା ଅନ୍ତର୍ଗତ ତୁଳସୀପୁର ନିକଟସ୍ଥ ନରଗlଙ୍ଗ ଗ୍ରାମର ରାମଚନ୍ଦ୍ର ନାୟକ(୧୮), ବାବୁନା ନାୟକ(୧୬), ଡ଼ାକ ନାୟକ(୧୬) ଏବଂ ବାସୁଆ ନାୟକ(୨୧)ଏକ ବାଇକରେ ୪ ଜଣାଯାକ ବସି କୌଣସି କାମରେ ଚକlପଦl ଯାଉଥିଲେ l ସେମାନେ କୁଶପଲ୍ଲା ରାସ୍ତାରୁ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଉପରକୁ ଆସିବା ସମୟରେ ଖୋର୍ଦ୍ଧାରୁ ନୟାଗଡ ଅଭିମୁଖେ ଚିପ୍ସ ବୋଝେଇ କରି ଯାଉଥିବା ଏକ ହାଇୱାକୁ ଧକ୍କା ଲାଗିଥିଲା l ଫଳରେ ହାଇୱାର ପଛ ଚକା ତଳେ ଡାକ ପଡିଯିବାରୁ ତା ଉପରେ ଚକା ମାଡିଯିବାରୁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା l ଅନ୍ୟ ୩ ଜଣ ଆହତ ହୋଇଥିଲା ବେଳେ ବେଗୁନିଆ ଥାନା ଏସ ଆଇ ଶ୍ରୀକାନ୍ତ ପଣ୍ଡା ,ଏଏସଆଇ ଗଜେନ୍ଦ୍ର ଜେନା ଘଟଣାସ୍ଥଳରେ ପଂହଁଚି ହାଇୱାଟିକୁ ଜବତ କରି ଥାନାକୁ ଆଣିଥିବାବେଳେ ଆମ୍ବୁଲାନ୍ସ ଡକାଇ ଆହତ ୩ ଜଣଙ୍କୁ ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଇଥିଲେ l ଶବଟି ରାସ୍ତା ଉପରେ ପଡିରହିବା ଯୋଗୁଁ ଏକ ଘଣ୍ଟା କାଳ ଗାଡି ମଟର ଯାତାୟାତ ବନ୍ଦ ରହିଥିଲା l କିଛି ଗାଡି ମଟର ନୂଆସlହି ଦେଇ ଯିବା ଆସିବା କରିଥିଲା l ଏସ ଡି ପି ଓ ସୁଶୀଲ ମିଶ୍ର ଘଟଣାସ୍ଥଳରେ ପଂହଁଚି ବ୍ୟବଚ୍ଛେଦ ନିମନ୍ତେ ଥାନା ଗାଡ଼ିରେ ଶବଟିକୁ ଖୋର୍ଦ୍ଧା ପଠାଇଥିଲେ l ପରେ ଗାଡିମଟର ଚଳାଚଳ ସ୍ବାଭାବିକ ହୋଇଥିଲା l

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories