www.samajalive.in
Saturday, December 6, 2025
26.1 C
Bhubaneswar

ବାଇକକୁ ପିଟିଲା ମିନିଟ୍ରକ: ଜଣେ ମୃତ ଜଣେ ଗୁରୁତର, ଡ୍ରାଇଭର ଫେରାର

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥର ପୁଞ୍ଜିପଥର ନିକଟରେ ବାଇକକୁ ମିନିଟ୍ରକ ଧକ୍କା ଦେଇଛି। ଘଟଣା ସ୍ଥଳରେ ଜଣେ ମୃତ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି l ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତି ଜଣଙ୍କ କଣ୍ଟାବାଞ୍ଜି ଥାନା କୁକୁଡ଼ାହାଡ଼ ଗାଁର ଭକ୍ତାବର ଜୁଗନିଆଁ ବୋଲି ଜଣାପଡ଼ିଛି। ଅପରାହ୍ନରେ ବାଇକରେ ଦୁଇ ଜଣ ବଙ୍ଗୋମୁଣ୍ଡା ପଟକୁ ଆସୁଥିବା ସମୟରେ ବଙ୍ଗୋମୁଣ୍ଡା ପଟରୁ କଣ୍ଟାବାଞ୍ଜି ଯାଉଥିବା ଏକ ୪୦୭ ମିନି ଟ୍ରକ ଧକ୍କା ଦେବାରୁ ମୋଟର ସାଇକେଲଟି ଚାରି ଚକିଆ ଗାଡି ଭିତରକୁ ପଶି ଯାଇଥିଲା। ଘଟଣା ସ୍ଥଳରେ ହିଁ ଭକ୍ତାବର ଜୁଗନିଆଁଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଆହତ ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି।
ଖବର ପାଇ କଣ୍ଟାବାଞ୍ଜି ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ଚାରି ଚକିଆ ଗାଡିର ଡ୍ରାଇଭର ଧକ୍କା ଦେଇ ଫେରାର ମାରିଥିବା ଜଣାପଡିଛି l ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ କରିଥିଲେ।ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଥିବା ବେଳେ କଣ୍ଟାବାଞ୍ଜି ଏସଡିପିଓ ସରୋଜ କୁମାର ମହାପାତ୍ର, ତହସିଲଦାର ଅଶୋକ ମାଝୀ ଘଟଣା ସ୍ଥଳରେ  ପହଞ୍ଚି ବୁଝାସୁଝା କରୁଥିବା ଜଣାପଡିଛି।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories