www.samajalive.in
Wednesday, December 10, 2025
14.1 C
Bhubaneswar

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୭ରୁ ଅଧିକ ମୃତ, ୧୨ ଆହତ

ଜୟପୁର: କୋରାପୁଟ ଜିଲାରେ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୭ରୁ ଅଧିକ ମୃତ  ହୋଇଥିବା ସୂଚନାମିଳିଛି। ସିନ୍ଧିଗୁଡ଼ାରୁ ଛତିଗଡ଼ କୁଲଚା ଗାଁକୁ ଫେରୁଥିବାବେଳେ ଓଲଟିଲା ଗାଡ଼ି। ଦଶାହକାମ ସାର ଛତିଶଗଡ଼ରୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୩୨୬ର କୋଟପାଡ ବ୍ଲକ ଅନ୍ତର୍ଗତ ମୁର୍ତ୍ତାହାଣ୍ଡି ଥାନା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି। ଏହି ପିକ୍‌ଅପ୍‌ ଭ୍ୟାନ୍‌ରେ ପ୍ରାୟ ୨୫ ଜଣ ଯାତ୍ରୀ ଫେରୁଥିଲେ। ଭାରସାମ୍ୟ ହରାଇ ପିକ୍‌ଅପ୍‌ ଭ୍ୟାନ୍‌ଟି ଓଲଟି ପଡ଼ିବା ପରେ ୭ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।

ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି। ଆହତଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଆହତମାନଙ୍କୁ ସ୍ଥାନୀୟ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ପ୍ରଶସନ ଘଟଣାସ୍ଥଳରେ ପହଞ୍ଚି ସାରିଛି। ଉଦ୍ଧାରକାରୀ ଦଳ ଟର୍ଚ୍ଚ, ମୋବାଇଲ ଲାଇଟ୍‌ ଆଦିରେ ଉଦ୍ଧାର କାର୍ଯ୍ୟ ଚାଲିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories