www.samajalive.in
Monday, December 8, 2025
24.1 C
Bhubaneswar

କାରକୁ ଧକ୍କା ଦେଲା ଯାତ୍ରୀବାହୀ ବସ ; ୨ ଆହତ

ଭୁବନେଶ୍ୱର : କଟକ-ଭୁବନେଶ୍ୱର ଜାତୀୟ ରାଜପଥ ସତ୍ୟବିହାର ନିକଟସ୍ଥ ସପ୍ତସତୀ ମନ୍ଦିର ସମ୍ମୁଖରେ ରବିବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ଯାତ୍ରୀବାହୀ ବସ କାର (ନମ୍ବର- ଓଡ଼ି୦୨ଏଜେ୭୬୯୪)କୁ ପଛପଟୁ ଧକ୍କା ଦେଇଥିଲା। ବସ୍‍ ଚାଳକଙ୍କ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିରରୁ ଭୁବନେଶ୍ୱର ଆସୁଥିବା ଆଲୋକ ନାମକ ବସ ସକାଳ ୬.୩୦ରେ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାରରେ ଥିବା ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାରର ପଛଭାଗ ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି।
ସୂଚନାଯୋଗ୍ୟ ଯେ, ଏହି କାର ଯାଜପୁରରୁ ଚାରିଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାତ୍ରା କରୁଥିଲା। ଭୁବନେଶ୍ୱର ସତ୍ୟବିହାର ନିକଟରେ ଦୁର୍ଘଟଣା ହେବାପରେ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ସାହାଯ୍ୟରେ କାରକୁ ରାସ୍ତା ମଧ୍ୟରୁ ବାହାରକୁ ଆଣିଥିଲା। କାର ଚାଳକ ସୁରେନ୍ଦ୍ର କୁମାର ସେଠୀ ଏ ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories