www.samajalive.in
Sunday, December 7, 2025
26.1 C
Bhubaneswar

ଦୁର୍ଘଟଣାରେ ବୁଲେଟ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନଏସିର ଲାଦେରପାଳି ଛକଠାରେ ୫୪ ନମ୍ୱର୍ ଜାତୀୟ ରାଜପଥରେ ଆଜି ଦିନ ପ୍ରାୟ ୧୨ଟା ସମୟରେ ବରଗଡ଼ ଅଭିମୁଖେ ଯାଉଥିବା ଜଣେ ବୁଲେଟ ଆରୋହୀ ଏକ ଟ୍ରକ୍ ସହ ଘଷି ହୋଇଯିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ପୋଲିସ ସୂତ୍ରରୁ ଜଣାପଡିଛି ଯେ, ମୃତ ବ୍ୟକ୍ତି ଜଣକ ହେଲେ ଝାରସୁଗୁଡ଼ା ଜିଲ୍ଲା ବାଲିଯୋରି ଗ୍ରାମର ସୂର୍ଯ୍ୟ ପ୍ରକାଶ ମେହେର(୪୧) । ସେ ଏକ ଲାଲ ରଙ୍ଗର ବୁଲେଟ ଗାଡ଼ି ନମ୍ବର ଓଡି ୨୩ଏଫ୍୫୫୩୭ରେ ବରଗଡ଼ ବିକାଶ ହସ୍ପିଟାଲକୁ କୌଣସି କାମ ପାଇଁ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ଲାଦେରପାଲି ଛକଠାରେ ଏକ ଅଜଣା ଟ୍ରକ୍ ଘଷି ହୋଇ ଫେରାର ମ।ରିଥିଲା। ଫଳରେ ସେ ଗାଡ଼ି ସହ ପଡିଯାଇଥିଲେ ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରା, ଅଶୋକ ବିଶି ଓ ସାଥୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବରଗଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ। ଏହି ରାସ୍ତାରେ ଏମିତି ବହୁତ ଜୀବନ ଅନାୟାସରେ ଚାଲିଯାଉଥିଲେ ହେଁ ରାସ୍ତା ସମ୍ପୂର୍ଣ୍ଣ ନିରାପଦ ହୋଇପାରୁନାହିଁ । ଚରିଥାକିଆ ରାସ୍ତା ହୋଇଛି ସତ କିନ୍ତୁ ଏହା ପରେ ବି ଦୁର୍ଘଟଣା କମି ନାହିଁ। କେତେବେଳେ ଗାଈଗୋରୁ ତ ଆଉ କେତେବେଳେ ମଣିଷ ଜୀବନ ହରାଉଛନ୍ତି । ତେବେ ଆଜିର ଦୁର୍ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories