ବାରିପଦା: ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରର ଦୁଆରଶୁଣି ଘାଟିରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ୍ ସହ ମୁହାଁମୁହିଁ ଧକ୍କା ପରେ ଏକ ପିଆଜ ବୋଝେଇ ଟ୍ରକ୍ ଘାଟିରୁ ୭୦ ଫୁଟ ତଳକୁ ଖସିପଡ଼ିଛି। ଏଥିରେ ବାଇକ ଆରୋହୀ ବିଶି ମହାକୁଡ଼ଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ବିଶି ଜଣେ ମହିଳାଙ୍କୁ ସାଥୀରେ ନେଇ ଯାଉଥିବାବେଳେ ପିଆଜ ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ୍ଟି ପ୍ରାୟ ୭୦ ଫୁଟ ତଳକୁ ଖସି ପଡ଼ିଥିଲା। ଲୋକମାନେ ବିଶି, ସମ୍ପୃକ୍ତ ମହିଳା ଓ ଟ୍ରକ୍ ଡ଼ାଇଭରଙ୍କୁ ଉଦ୍ଧାରକରି ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ବିଶି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ପିଆଜ ବୋଝେଇ ଟ୍ରକଟି ନାସିକରୁ ପଶ୍ଚିମବଙ୍ଗ ଯାଉଥିଲା।
Popular Categories



