www.samajalive.in
Monday, December 8, 2025
13.1 C
Bhubaneswar

ଦୁର୍ଘଟଣାରେ ୨ମୃତ , ୨ଗୁରୁତର

କାଳିମେଳା : ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମପିଭି – ୨୩ ଛକ ନିକଟରେ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଛି। ଏଥିବରେ ଦୁଇ ଜଣ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଦୁଇଜଣ ହେଲେ ଏମପିଭି – ୩୪ ଗ୍ରାମର ନନିଗୋପାଳ ଦାସ ଓ ପେଦାୱାଡ଼ା ଗ୍ରାମର ମୁକା କବାସୀ।
ସୂଚନା ଅନୁଯାୟୀ, କାଙ୍ଗୁରୁକୋଣ୍ଡା ପଞ୍ଚାୟତ ଅଧୀନସ୍ଥ ଏମପିଭି -୩୪ ଗ୍ରାମର ନନିଗୋପାଳ ଦାସ (୩୬) ମଙ୍ଗଳବାର ସନ୍ଧ୍ୟା ସମୟରେ ତାଙ୍କ ଭଉଣୀ ନମିତା ଦାସ(୨୧)ଙ୍କୁ ନେଇ ବାଇକ ଯୋଗେ କାଲିମେଳା ଅଭିମୁଖେ ଆସୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲା। ସେହି ବାଇକରେ ପେଦାୱାଡ଼ ଗ୍ରାମର ମୁକା କବାସି ଓ ରାମା ପାଦିଆମି ଆସୁଥିଲେ।। ଘଟଣାସ୍ଥଳରେ ଦୁଇଟି ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କ ମଧ୍ୟରୁ ଜଣକୁ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଓ ଅନ୍ୟ ଜଣକୁ ମାଲକାନଗରିରି ଜିଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏହା ସହ ପୁଲିସ ଦୁଇଟି ମୃତଦେହ ବ୍ୟବଚ୍ଛେଦ ପାଇଁ କାଲିମେଳା ମେଡ଼ିକାଲକୁ ପଠାଯାଇଛି। ଦୁର୍ଘଟଣା ହୋଇଥିବା ୨ଟି ବାଇକକୁ ପୁଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ , ସୋମବାର ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମପିଭି – ୨୩ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଥିଲେ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories