ଚୌଦ୍ବାର : ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କଟକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବଇଁଚୁଆ ନିକଟରେ ମଙ୍ଗଳବାର ସକାଳେ ସଡକ ଦୁର୍ଘଟଣା ଘଟିଛି। ଏକ କଣ୍ଟେନରଟି ଟ୍ରଲରକୁ ପଛପଟୁ ଧକ୍କା ଦେଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି କଣ୍ଟେନରର ଡ୍ରାଇଭର ଓ ହେଲପର। ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Popular Categories



