www.samajalive.in
Monday, December 8, 2025
14.1 C
Bhubaneswar

ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କବାଦୀ

ନୂଆଦିଲ୍ଲୀ : ପାକିସ୍ତାନର ପାଖାପାଖି ୩୦୦ ଆତଙ୍କବାଦୀ ଭାରତୀୟ ସୀମାକୁ ଅନୁପ୍ରବେଶ ଅପେକ୍ଷାରେ ଅଛନ୍ତି। ସୁଯୋଗ ମିଳିବା ମାତ୍ରେ ସେମାନେ ଭାରତୀୟ ସୀମାରେ ପଶି ବଡ଼ଧରଣର ଅଘଟଣ ଘଟାଇବେ। ସୀମାରେ ଭାରତୀୟ ସେନା ଯବାନ ସଜାଗ ଅଛନ୍ତି ଓ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ସୁଯୋଗ ଦେବେ ନାହିଁ ବୋଲି ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ ସେନାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ କହିଛନ୍ତି।

ଏହାସହ ରାୱତ କହିଛନ୍ତି ଯେ ଭାରତୀୟ ସେନା ଚୀନ ଏବଂ ପାକିସ୍ତାନ ସୀମାରେ ପରିସ୍ଥିତିକୁ ସଠିକ୍‍ ଭାବେ ସମ୍ଭାଳିଛି। ଜାମ୍ମୁ କାଶ୍ମୀର ପରିସ୍ଥିତି ସୁଧୁରିବା ଆବଶ୍ୟକ। ହେଲେ ଆତଙ୍କବାଦ ଏବଂ ଆଲୋଚନା ଏକା ସାଙ୍ଗରେ ଚାଲିପାରିବ ନାହିଁ। ଭାରତୀୟ ସେନା ଏକ ପେଶାଦାର ସେନା ଓ ଉଦ୍ଦେଶ୍ୟମୂଳକ ଭାବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରେନାହିଁ। ପାକିସ୍ତାନ ଭୂମିରେ ଆତଙ୍କବାଦୀମାନେ ପରିଚାଳିତ ହେଉଥିବା ସମେସ୍ତ ଜାଣିଛନ୍ତି। ଏହି ଆତଙ୍କବାଦୀାମନେ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି। ସୀମାରେ କିଏ ଆତଙ୍କବାଦୀ ଓ କିଏ ସାଧାରଣ ଲୋକ ଜାଣିବା ଭାରି କଷ୍ଟକର ହୋଇପଡୁଛି। ସାଧାରଣ ଲୋକ ଓ ଆତଙ୍କବାଦୀଙ୍କୁ ଚିହ୍ନଟ କରିବା ପାଇଁ କ୍ୱାଡକପ୍ଟରର ବ୍ୟବହାର କରୁଛି। ସେହି ଅନୁସାରେ ଆତଙ୍କବାଦୀଙ୍କୁ ନିପାତ କରାଯାଉଛି।

- Advertisement -

ତେବେ ଜାନୁଆରୀ ୨୦ ସୁଦ୍ଧା ଭାରତୀୟ ପ୍ରତିରକ୍ଷା ବାହିନୀର ଉତ୍ତର କମାଣ୍ଡ ସ୍ନାଇଫର ରାଇଫଲ ବନ୍ଧୁକ ପାଇବ ବୋଲି ଆଶା କରାଯାଉଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ଫେବୃଆରୀ କିମ୍ବା ମାର୍ଚ୍ଚ ମାସ ସୁଦ୍ଧା କ୍ଷେପଣାସ୍ତ୍ର ଏବଂ ରରକେଟ୍‍ ମିଳିବ ବୋଲି ଆଶା କରାଯାଉଛି। ଏଥିପାଇଁ ୨୦୧୯ ମାର୍ଚ୍ଚ ମାସକୁ ଶେଷ ଅବଧି ବୋଲି ଧାର୍ଯ୍ୟ କରାଯାଇଛି। ଡିଆରଡିଓ ଧାର୍ଯ୍ୟ ତାରିଖ ମଧ୍ୟରେ କ୍ଷେପଣାସ୍ତ୍ର ଓ ରକେଟ ଦେଇ ନପାରିଲେ ବାହାରୁ ଆମାଦାନୀ କରିବା ପାଇଁ ନିଷ୍ପତ୍ତି ନିଆଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories