www.samajalive.in
Saturday, December 13, 2025
21.1 C
Bhubaneswar

ଦିଲ୍ଲୀରେ ଆପ୍‌ କର୍ମୀଙ୍କୁ ହତ୍ୟା, ବିଧାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହିଂସା ଦେଖିବାକୁ ମିଳିଛି। ମହରୌଲିର ଆମ୍‌ ଆଦ୍‌ବୀ ପାର୍ଟି(ଆପ୍‌) ବିଧାୟକ ନରେଶ ଯାଦବଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହା ସହିତ ତାଙ୍କ ସାଥୀରେ ଥିବା ଜଣେ କର୍ମୀଙ୍କୁ ହତ୍ୟା କରାଯାଇଛି। ଅରୁଣା ଆସଫ ଅଲି ରୋଡ୍‌ରେ ଏହି ଘଟଣା ଘଟିଛି। ପୁଲିସ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପ​‌ରେ ନରେଶ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ ସାରି ଫେରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ନରେଶ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଘଟଣା ସ୍ଥଳରେ ନରେଶଙ୍କ ସହିତ ଥିବା ଅଶୋକ ମାନ୍‌ ନାମକ ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଜଣେ କର୍ମୀ ଆହତ ହୋଇଥିଲେ। ଆକ୍ରମଣ ପରେ ନରେଶ କହିଛନ୍ତି ଯେ, ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ମୋ ଉପରେ ହୋଇଥିବା ଆକ୍ରମଣର କାରଣ ଜାଣି ନାହିଁ। କିନ୍ତୁ ଅଚାନକ ଏହି ଆକ୍ରମଣ ହୋଇଥିଲା। ୪ ରାଉଣ୍ଡ ଗୁଳି ମାଡ଼ କରାଯାଇଛି। ପୁଲିସ ଠିକ୍‌ ଭାବେ ତଦନ୍ତ କଲେ ସମସ୍ତ ଆକ୍ରମଣକାରୀଙ୍କ ପରିଚୟ ମିଳିପାରିବ।

- Advertisement -

ସୂଚନାଯୋଗ୍ୟ, ମହରୌଲି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ନରେଶ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର କୁସୁମ ଖତ୍ରୀଙ୍କୁ ୧୮ ହଜାର ୧୬୧ ଭୋଟରେ ପରାଜିତ କରିଛନ୍ତି। ଦିଲ୍ଲୀରେ ୭୦ ବିଧାନସଭା ଆସନରୁ ଆପ୍‌ ୬୨ ଆସନରେ ବିଜୟ ହାସଲ କରିଥିବାବେଳେ ବିଜେପି ୮ଟି ଆସନ ପାଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories