www.samajalive.in
Monday, December 8, 2025
24.1 C
Bhubaneswar

ରାଉରକେଲାରେ ପ୍ରତିଷ୍ଠା ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର: ଓଡ଼ିଶାର ରାଉରକେଲାରେ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ହେବ। କେନ୍ଦ୍ର ସରକାର ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର ଏଥିପାଇଁ ଜମି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଆଜି(ବୁଧବାର) ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ଆଲୋଚନା ହୋଇଥିବା ମନ୍ତ୍ରୀ ଷଡ଼ଙ୍ଗୀ କହିଛନ୍ତି। କେନ୍ଦ୍ର ସରକାରଙ୍କ ଏମଏସଏମଇ ବିଭାଗ ପକ୍ଷରୁ ଆଗକୁ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିବା ପାଇଁ ଆଜି ଲୋକସେବା ଭବନରେ ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଦୀର୍ଘ ସମୟ ଆଲୋଚନା ପରେ ମନ୍ତ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ୱରରେ ଏହାର ଏକ୍ସଟେନସନ ସେଣ୍ଟର ପ୍ରତିଷ୍ଠା ହେବ। ପ୍ରତ୍ୟେକ ସେଣ୍ଟର ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ସାରା ଭାରତରେ ୨୨୬ଟି ଏମଏସଏମଇ କ୍ଲଷ୍ଟର ହେବ ଓ ରାଜ୍ୟରେ ୪୫ଟି କ୍ଲଷ୍ଟର ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ କହିବାନୁସାରେ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଗଞ୍ଜାମ ଜିଲାରେ ଅବ୍ୟବହୃତ ହୋଇ ପଡିଥିବା ପ୍ରାୟ ୬ ହଜାର ୭ ଶହ ଏକର ସମୁଦ୍ର କୂଳିଆ ଜମିରେ ମାଛ ଚାଷୀଙ୍କୁ ଛୋଟ ଛୋଟ ଜମି ବାଣ୍ଟିବାକୁ ଯୋଜନା କରାଯାଉଛି। ଏହାଦ୍ୱାରା ଓଡ଼ିଶାରେ ମାଛଚାଷର ଉତ୍ପାଦନ ବଢିବା ସହ କ୍ଷୁଦ୍ର ଚାଷୀଙ୍କ ରୋଜଗାର ମଧ୍ୟ ବୃଦ୍ଧି ପାଇବ। ସେହିଭଳି ଓଡ଼ିଶାରେ କେଜ୍ କଲଚର ମଧ୍ୟ ଆରମ୍ଭ ହୋଇଛି, ଯାହାକୁ ସମୁଦ୍ର ଏବଂ ପଥର ଖାଦାନ ଖୋଲମାନଙ୍କରେ ଆରମ୍ଭ କରାଯାଉଛି। ତେବେ ଏ ନେଇ ଆସନ୍ତା ୧୪ ତାରିଖରେ ବାଲେଶ୍ୱରରେ ଏକ ରାଜ୍ୟସ୍ତରୀୟ କର୍ମଶାଳାର ଆୟୋଜନ କରାଯିବ। ଯେଉଁଥିରେ ବିଭିନ୍ନ କୃଷିଭିତ୍ତିକ ଯୋଜନା ଉପରେ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଷଡ଼ଙ୍ଗୀ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories