ନୂଆଦିଲ୍ଲୀ : ଜାପାନ୍ର ଓଗାସାୱାରା ଦ୍ବିପପୁଞ୍ଜ ଦକ୍ଷିଣ ଭାଗରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ଦିବ୍ରତା ୬.୦. ରେକର୍ଡ଼ କରାଯାଇଛି। ଏହି ଭୂଭିକମ୍ପରେ କୌଣସି ଧନଜୀବନ ହାନି ହୋଇନାହିଁ ବୋଲି ଜାପାନ ମେଟ୍ରୋଲୋଜିକାଲ୍ ଏଜେନ୍ସି ସୂଚନା ଦେଇଛି।
ପ୍ରଶାନ୍ତ ମହାସାଗର ମଧ୍ୟଭାଗରେ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହା ଶିଜୋକାଠାରୁ ପ୍ରାୟ ୮୮୫ କିଲୋମିଟର ଦୂରରେ ଅବସ୍ଥିତି ଏବଂ ଓଗାସାୱାରା ଦ୍ବିପପୁଞ୍ଜ ଦକ୍ଷିଣରେ ରହିଛି। ଏହି ଭୂମିକମ୍ପ ୪୯୦ କିଲୋମିଟର ପର୍ଯ୍ୟନ୍ତ କେନ୍ଦ୍ରୀଭୂତ ହୋଇଥିଲା। ତେବେ ସୁନାମୀ ଆଶଙ୍କା ଦେଖାଦେଇନଥିଲା।



