www.samajalive.in
Tuesday, December 9, 2025
15.1 C
Bhubaneswar

ବଢୁଛି ତାତି : ଉତ୍ତପ୍ତ ସହର ବଲାଙ୍ଗିର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଶନିବାର ୧୦ ଜିଲା ତାପମାତ୍ରା ୪୦ ଉପରେ ରହିଛି। ତେବେ ବଲାଙ୍ଗିର ଜିଲା ତାପମାତା୍ର ସର୍ବାଧିକ ୪୧.୭ ଡିଗ୍ରୀ ରହିଛି ଏବଂ ଏହା ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ୪୦ ଡିଗ୍ରୀ ଉପରେ ରହିଥିବା ସହର ଗୁଡ଼ିକ ମଧ୍ୟରେ ବୌଦ୍ଧ ୪୧.୬, ଟିଟିଲାଗଡ଼ ୪୧.୫, ଅନୁଗୋଳ ୪୧.୩ ଡିଗ୍ରୀ, ସୋନପୁର ୪୦.୬, ଭବାନୀପାଟଣା ୪୦.୫ ଡିଗ୍ରୀ, ଝାରସୁଗୁଡ଼ା ଓ ତାଳଚେରର ତାପମାତ୍ରା ୪୦.୨ ଡିଗ୍ରୀ, ମାଲକାନଗିରି ଓ ନୟାଗଡ଼ର ତାପମାତ୍ରା ୪୦ ଡିଗ୍ରୀ, କଟକର ତାପମାତ୍ରା ୩୬.୨ ଡିଗ୍ରୀ ରହିଛି। ଭୁବନେଶ୍ୱରରେ ତାପମାତ୍ରା ୩୭.୨ ଡିଗ୍ରୀ ରହିଛି।
ସେହିପରି ବାଲେଶ୍ୱରରେ ୩୭.୦ ଡିଗ୍ରୀ, ଚାନ୍ଦବାଲିରେ ୩୭.୪ ଡିଗ୍ରୀ, ପାରାଦୀପରେ ୩୧.୭ ଡିଗ୍ରୀ, ଗୋପାଳପୁରରେ ୩୦.୭ ଡିଗ୍ରୀ, ପୁରୀରେ ୩୨.୬ ଡିଗ୍ରୀ, ବାରିପଦାରେ ୩୭.୦ ଡିଗ୍ରୀ, କେନ୍ଦୁଝରଗଡ଼ରେ ୩୯.୦ ଡିଗ୍ରୀ, ସମ୍ୱଲପୁରରେ ୩୯.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୩୮.୦ ଡିଗ୍ରୀ, ହୀରାକୁଦରେ ୩୮.୯ ଡିଗ୍ରୀ, କୋରାପୁଟରେ ୩୫.୨ ଡିଗ୍ରୀ, ଫୁଲବାଣୀରେ ୩୯.୮ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୫.୦ ଡିଗ୍ରୀ, ଛତ୍ରପୁରରେ ୩୩.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୫ ଡିଗ୍ରୀ ଓ ରାୟଗଡ଼ାର ତାପମାତ୍ରା ୩୪.୦ ଡିଗ୍ରୀ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories