www.samajalive.in
Saturday, December 6, 2025
19.1 C
Bhubaneswar

ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଅଫୁଟା ବୋମା ବିକ୍ରି ପାଇଁ ବିଜ୍ଞାପନ

ଲଣ୍ଡନ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଅଫୁଟା ବୋମା ବିକ୍ରିହେବ। ଏଭଳି ଏକ ବିଜ୍ଞାପନ ଅନ୍‍ଲାଇନରେ ଦେଇ ଆଇନ ଜାଲରେ ଫସିଯାଇଛନ୍ତି ଜଣେ ବ୍ୟକ୍ତି। ପୁଲିସ ତାଙ୍କ ନିକଟରୁ ଉକ୍ତ ବୋମା ଜବତ କରିବା ସହିତ ତାଙ୍କୁ ଗିରଫ କରିଛି। ଏହି ଘଟଣା ଘଟିଛି ବ୍ରିଟେନରେ। ମିଳିଥିବା ସୂଚନା ମୁତାବକ ୫୧ ବର୍ଷ ବୟସ୍କ ଜଣେ ଧାତୁ ଚିହ୍ନଟକାରୀ (ମେଟାଲ ଡିଟେକ୍ଟର) ବିଶାରଦ ମାର୍କ ୱିଲିୟମ୍ସ ନିକଟରେ ଇ-କମର୍ସ ୱେବସାଇଟରେ ଏକ ବିଜ୍ଞାପନ ଦେଇଥିଲେ। ସେଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏକ ଅଫୁଟା ବୋମା ବିକ୍ରି କରାଯିବା ନେଇ ଉଲ୍ଲେଖ ଥିଲା। ଜଣେ ସାମରିକ ସରଞ୍ଜାମ ସଂଗ୍ରହକାରୀ ଶେରୱିନ ଉକ୍ତ ବିଜ୍ଞାପନ ଦେଖିବା ପରେ ତୁରନ୍ତ ମାର୍କଙ୍କ ସହିତ ଯୋଗାଯୋଗ କରିଥିଲେ। ଉକ୍ତ ବୋମା ସେ କେଉଁଠାରୁ ପାଇଲେ ବୋଲି ଶେରୱିନ ଜାଣିବାକୁ ଚାହିଁବାରୁ ମାର୍କ ତାଙ୍କୁ ଉତ୍ତର ଦେଇଥିଲେ ଯେ ସାଉଥଆମ୍ପଟନରେ ଥିବା ପିଲ।।ମାନଙ୍କର ଏକ ଖେଳପଡିଆକୁ ଖୋଳି ସେ ତାହା ଉଦ୍ଧାର କରିଛନ୍ତି। ତାହା ଅଫୁଟା ଥିବା ସେ କେମିତି ଜାଣିଲେ ବୋଲି ପଚାରିବାରୁ ମାର୍କ ନିରବ ରହିଥିଲେ। ଏହାକୁ ନେଇ ବଡଧରଣର ଅଘଟଣ ଘଟିବା ଆଶଙ୍କା କରି ଶେଷରେ ଶେରୱିନ ବୋମା ବିଜ୍ଞାପନ ସମ୍ପର୍କରେ ହାମ୍ପସାୟାର ପୁଲିସକୁ ଖବର ଦେଇଥିଲେ। ପୁଲିସ ତୁରନ୍ତ ବିକ୍ରେତାଙ୍କ ଠିକଣା ଠାବକରି ତାଙ୍କ ଘର ଉପରେ ଚଢଉ କରିବା ସହିତ ସେଠାରୁ ବୋମାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ତାହାସହିତ ପୁଲିସ ମାର୍କଙ୍କୁ ଗିରଫ କରିଥିଲା। ପରେ ବୋମାଟିକୁ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରିଦିଆଯାଇଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories