www.samajalive.in
Saturday, December 13, 2025
26.1 C
Bhubaneswar

ଭଦ୍ରକ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଦେଶ କଂଗ୍ରେସ କମିଟିର ପ୍ରତିନିଧି ମଣ୍ଡଳି

ଭୁବନେଶ୍ୱର  : ଗତ ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଶାର ୨୦ଟି ଜିଲା ପ୍ରଭାବିତ ହୋଇଛି। ବନ୍ୟାରେ ପ୍ରଭାବିତ ଜିଲାମାନଙ୍କରେ ଲୋକମାନେ କିପରି ଅଛନ୍ତି ଏବଂ ସେମାନଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚିଛି କି ନାହିଁ ଏହାର ଅନୁଧ୍ୟାନ କରିବା ପାଇଁ ରାଜ୍ୟ  ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳି କ୍ଷତିଗ୍ରସ୍ଥ ଜିଲାମାନ ପରିଦର୍ଶନ କରିଛନ୍ତି। ଏହି କ୍ରମରେ ଆଜି ପ୍ରଦେଶ କଂଗ୍ରେସ କମିଟିର ପ୍ରତିନିଧି ମଣ୍ଡଳି ବନ୍ୟା କ୍ଷତିଗ୍ରସ୍ଥ ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ଲୋକମାନଙ୍କ ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ।

ଉକ୍ତ କମିଟି ରେ ସଦସ୍ୟ ଥିବା ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ଓ ଜୟପୁର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ  ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ଵରେ ଭଦ୍ରକ ଜିଲା ସଭାପତି ଅଶୋକ କୁମାର ଦାସ,କାର୍ୟ୍ୟକାରୀ ସଭାପତି ନଳିନୀ ମହାନ୍ତି,ବିଧାୟକ ପାର୍ଥି ସୁବ୍ରତ ଦାସ, ପିସିସି ମିଡିଆ ସେଲ୍‌ ସଦସ୍ୟ ଦିପକ କୁମାର ମହାପାତ୍ରଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ .ପ୍ରମୁଖ ଭଦ୍ରକ ଜିଲାର ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀର ଆମ୍ବଗାଡ଼ିଆ ଘାଇ,ବାଲି ପୋଖରୀ ଏସକେପ ,ମାଲତ ଏବଂ ଧାମନଗର ର ଗେଙ୍ଗୁଟି ନଦୀର ଉଭୟ ପାର୍ଶ୍ଵ ପରିଦର୍ଶନ କରିବା ସହ ବିଭିନ୍ନ ବନ୍ୟାଞ୍ଚଳ ବୁଲି ଅସନ୍ତୋଷ ଜାହିର କରିଛନ୍ତି ।

- Advertisement -

ଆମ୍ବଗାଡ଼ିଆ ନଦୀବନ୍ଧର ସ୍ଥିତି ପରିଦର୍ଶନ ବେଳେ ସେମାନେ ଯେତିକି ପାଣି ନଈରେ ପ୍ରବାହିତ ହୋଇଛି ସେଥିରେ ଘାଇ ହେବାର ପ୍ରଶ୍ନ ଉଠୁନି ବୋଲି ପ୍ରତିନିଧି ମଣ୍ଡଳୀ ହୃଦୟଙ୍ଗମ କରିଥିଲେ ଏବଂ ନିମ୍ବ ମାନର ବନ୍ଧ କାମହେଇଥିବାରୁ ବନ୍ଧ ଫାଟି ଯାଇ ଘାଇ ସୃଷ୍ଟି ହେଇଛି ବୋଲି ପ୍ରକାଶ କରିଥିଲେ।ସେହିପରି ବାଲିପୋଖରୀ ଏସକେପ ପରିଦର୍ଶନ କରି କହିଥିଲେ ପ୍ରତିବର୍ଷ ବନ୍ୟାରେ ବନ୍ଧ ରାସ୍ତା ଧୋଇହୋଇ ଘାଇ ସୃଷ୍ଟି ହଉଛି ଏହାର ସ୍ଥାୟୀ କାର୍ଯ୍ୟ କରାଯାଉନାହିଁ।ଏଥିରେ ମାଲାମାଲ ହେଉଛନ୍ତି କଣ୍ଟ୍ରାକ୍ଟର ଓ ବିଜେଡି ନେତା କର୍ମୀ।ଏଥିଯୋଗୁଁ ବହୁ ଚାଷୀଙ୍କ ଜମି ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ଭଣ୍ଡାରିପୋଖରୀର ଗେଙ୍ଗୁଟି ନଦୀର ଉଭୟ ପାର୍ଶ୍ଵ ରେ ଥିବା ବନ୍ଧ ଅତି ବିପଦ ସଂକୁଳ ଅବସ୍ଥାରେ ରହିଛି। ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଖାଲି ବନ୍ଧ ମରାମତି କରାଯାଉଛି ବିଜେଡି ନେତା ଓ କଣ୍ଟ୍ରାକ୍ଟରଙ୍କ ପକେଟ ଗରମ ପାଇଁ।

କ୍ଷୟକ୍ଷତି ଅଂଚଳରେ ରିଲିଫ୍ ଓ ଥଇଥାନ କାର୍ୟ୍ୟ ଠିକ୍ ଭାବରେ ହେଉନଥିବା କଥା କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରି ଜାଣିବାକୁ ପାଇଥିଲେ ଏବଂ ବିଶେଷକରି ଘାଇ ଅଂଚଳରେ ରହୁଥିବା ଲୋକମାନଙ୍କୁ ଏବେସୁଦ୍ଧା କିଛି ଦିଆଯାଇନାହିଁ ଖାଲି ପ୍ରଚାର ଚାଲିଛି। ଯେଉଁ କିଛି ଲୋକଙ୍କୁ ଦିଆଯାଉଛି ତାହା କେବଳ ସରକାରୀ ଦଳର କର୍ମୀଙ୍କୁ। ରିଲିଫ ଦେବାରେ ପାତ୍ର ଅନ୍ତର କରୁଥିବା ସାଧାରଣଲୋକ ଅଭିଯୋଗ କରିଥିଲେ ।ଏହି ଅବସରରେ କ୍ଷତିଗ୍ରସ୍ତ ଲୋକଙ୍କୁ ପାଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ।

ସେହିପରି ଏନେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା ଓ ବିଧାୟକ ବାହିନିପତି ଜିଲ୍ଳାପାଳଙ୍କୁ ଅବଗତ କରାଇବା ସହ ଖୁବ୍‌ଶୀଘ୍ର ଘାଇ ମରାମତି ସହ ସ୍ଥାୟୀ ପ୍ରତିକାର ପାଇଁ ପରାମର୍ଶ ଦେବା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କ କିପରି ରିଲିଫ ସାମଗ୍ରୀ ଓ ପଲିଥିନ ମିଳିବ ତାହାର ସୁ ବନ୍ଦୋବସ୍ତ କରିବା ପାଇଁ ଅନୁରୋଧ କରିଥିଲେ।ଜିଲ୍ଲାପାଳଙ୍କୁ ଭେଟିବା ପରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ଓ ଶ୍ରୀ ବାହାନିପତି ଭଦ୍ରକ ବନ୍ୟା ମନୁଷ୍ୟ କୃତ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ସରକାରଙ୍କ କାର୍ୟ୍ୟକାରିତା ଉପରେ ଅନେକ ପ୍ରଶ୍ନ କରିଛନ୍ତି।

ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ସହିତ ସାରା ,କୀଟନାଶକ ଔଷଧ ,ବିହନ ତଳି ଯୋଗେଇବା ସହ ଆବଶ୍ୟକ ସ୍ଥଳେ ବନ୍ୟା ପ୍ରପିଡ଼ିତଙ୍କୁ ପାଲ ,ରିଲିଫ ସାମଗ୍ରୀ ଯୋଗାଇବାକୁ ଦାବି କରିଛନ୍ତି।ଯେଉଁ ଜାଗାରେ ସରକାରୀ ଅଫିସରଙ୍କ ଅବହେଳା ପାଇଁ ତାହାର ଉଚ୍ଚ ସ୍ତରୀୟ ସ୍ତରୀୟ ତଦନ୍ତ ପାଇଁ ଶ୍ରୀ ଜେନା ଓ ଶ୍ରୀ ବାହିନୀପତି ଦାବି କରିଛନ୍ତି।ଜଳବନ୍ଦୀ ଅଞ୍ଚଳରେ ୫୦ କିଲୋ ଚାଉଳ ଓ ୫୦୦ ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ତାହାଉପରେ ପ୍ରଶ୍ନ ବାଚି ସୃଷ୍ଟି କରିବା ସହିତ ଏହାକୁ ସମଗ୍ର ବନ୍ୟା ପ୍ରଭାବିତ ଅଞ୍ଚଳରେ ଦିଆଯାଉ ବୋଲି ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories