କଟକ: କଟକ ଲିଙ୍କ୍ରୋଡ଼ରେ ସୋମବାର ଛିଡ଼ା ହୋଇଥିବା ଏକ ବସ୍ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବସ୍ଟି ପ୍ରାୟ ଅର୍ଦ୍ଧାଧିକ ପୋଡ଼ି ଯାଇଥିବା ବେଳେ ପାଖରେ ଥିବା ଏକ କେବିନ୍ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି। ତେବେ ଆଶ୍ବସ୍ତିକର ବିଷୟ ବସ୍ରେ କେହି ଯାତ୍ରୀ ନଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।
Popular Categories



