ଭାରତ ଦୃତ ଅଭିବୃଦ୍ଧି ସମ୍ପନ୍ନ ଅର୍ଥନୀତି ଆଡ଼କୁ ଗିତ କରୁଛି : ଆଇଏମ୍‌ଏଫ

0

ନୂଆଦିଲ୍ଲୀ : ଭାରତ ଦୃତ ଅଭିବୃଦ୍ଧି ସମ୍ପନ୍ନ ପ୍ରମୁଖ ଅର୍ଥନୀତି ଆଡ଼କୁ ଗତି କରୁଛି ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ୍‌) କହିଛି। ବିମୁଦି୍ରକରଣ ଏବଂ ସାମଗ୍ରୀ ଓ ସେବାକର ଲାଗୁ ହେବା ପରେ ଭାରତୀୟ ଅର୍ଥନୀତିରେ ଯେଉଁ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା ତାହା ସୁଧୁରିବାରେ ଲାଗିଛି। ଆଇଏମ୍‌ଏଫର ଉପ ପରିଚାଳନା ନିର୍ଦ୍ଦେଶକ ତାଓ ଜାଙ୍ଗ ପିଟିଆଇକୁ କହିଛନ୍ତି ଯେ ବିଗତ ବର୍ଷମାନଙ୍କରେ ଭାରତୀୟ ଅର୍ଥନୀତି ସୁଦୃଢ଼ ଭାବରେ ସମ୍ପ୍ରସାରିତ ହେଉଛି। ଢାଞ୍ଚାଗତ ସଂସ୍କାର ଏବଂ ମାକ୍ରୋ ଅର୍ଥନୀତି ଯୋଜନା ଉପରେ ଗୁରୁତ୍ୱ ପ୍ରଦାନ ଯୋଗୁଁ ଯୋଗାଣ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଛି ଏବଂ ଅର୍ଥନୀତି ସୁଦୃଢ଼ ହୋଇପାରିଛି ବୋଲି ସେ କହିଛନ୍ତି। ଗତ ତୈ୍ରମାସିକିରେ ଭାରତୀୟ ଅର୍ଥନୀତି ୭ଦଶମିକ୍‌ ୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ସକରାତ୍ମକ ଭାବରେ ଅଭିବୃଦ୍ଧି ହାସଲ ହେଉଛି ବୋଲି ଶ୍ରୀ ଜାଙ୍ଗ କହିଛନ୍ତି। ଦେଶରେ ବିକାଶ ମାଧ୍ୟମରେ ପରିବର୍ତ୍ତନକୁ ସ୍ୱାଗତ କରାଯାଉଛି ବୋଲି ସେ କହିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବ୍ୟାଙ୍କ୍‌ ଓ ଆର୍ଥିକ ବ୍ୟବସ୍ଥା ଭଳି ପ୍ରମୁଖ କ୍ଷେତ୍ରରେ ସଂସ୍କାର ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ସୋବାରଠାରୁ ଭାରତ ଏବଂ ନେପାଳ ଗସ୍ତରେ ଆସୁଥିବା ଅବସରରେ ଶ୍ରୀ ଜାଙ୍ଗ୍‌ କହିଛନ୍ତି ଅନ୍ତର୍ଭୁକ୍ତି କରଣ ଅଭିବୃଦ୍ଧି ମାଧ୍ୟମରେ ଭାରତ ଧନୀ ଦେଶମାନଙ୍କ ଆୟବର୍ଗ ଆଡ଼କୁ ଅଗ୍ରସର ହେଉଛି।

Leave A Reply