ପୃଥିବୀକୁ ଧକ୍କା ଦେଇପାରେ ସୌରଝଡ଼

0

ନୂଆଦିଲ୍ଲୀ : ଆଗାମୀ ୨୪ରୁ ୪୮ଘଣ୍ଟା ମଧ୍ୟରେ ପୃଥିବୀ ପୃଷ୍ଠକୁ ଏକ ସୌରଝଡ ଧକ୍କା ଦେବାର ଆଶଙ୍କା ରହିଛି। ମହାକାଶ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ସୌର ଝଡ ଯୋଗୁଁ ବାୟୁମଣ୍ଡଳରେ ଏକ କରୋନାଲ ହୋଲ ସୃଷ୍ଟି ହେବ। ଯଦ୍ଦ୍ୱାରା ସୂର୍ଯ୍ୟଙ୍କର ତାପ ଶକ୍ତି ପୃଥିବୀ ପୃଷ୍ଠ ମଧ୍ୟକୁ ପ୍ରବେଶ କରିବ। ଏହାଦ୍ୱାରା ଉପଗ୍ରହ କାର୍ଯ୍ୟ ଅଚଳ ହୋଇଯିବ। ଉପଗ୍ରହ ଅଚଳ ହେବା ଦ୍ୱାରା ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ ହୋଇଯିବାର ଆଶଙ୍କା କରାଯାଇଛି। ଆମେରିକା ନାସା ବୈଜ୍ଞାନିକମାନେ ଏହି ସୌରଝଡକୁ ୫ଟି ଶ୍ରେଣୀରେ ବିଭକ୍ତ କରିଛନ୍ତି। ୫ମ ଶ୍ରେଣୀର ଝଡ ସବୁଠାରୁ କ୍ଷତିକାରକ। ତେବେ ଭାରତରେ ଏହାର ପ୍ରଭାବ ଆଂଶିକ ରହିବ ବୋଲି ନାସା କହିଛି।

Leave A Reply