www.samajalive.in
Monday, December 8, 2025
27.1 C
Bhubaneswar

ଆମେରିକା ମୁହାଁ ବୃହତ୍ ସାମୁଦ୍ରିକ ଝଡ଼

ୱାଶିଂଟନ୍: ଚଳିତ ଶତାବ୍ଦୀର ସର୍ବାପେକ୍ଷା ବୃହତ୍ ସାମୁଦ୍ରିକ ଝଡ଼ ଆମେରିକା ମୁହାଁ ହୋଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଫ୍ଲୋରିଡାଠାରେ ମିଲଟନ୍ ସାମୁଦ୍ରିକ ଝଡ଼ ନେଇ ଚେତାବନୀ ଦିଆଯାଇଛି। ଏହି ଝଡ଼କୁ ସବୁଠାରୁ ବିନାଶକାରୀ ଶ୍ରେଣୀ-୫ରେ ସ୍ଥାନିତ କରାଯାଇଛି। ଏହି ବର୍ଗରେ ବ୍ୟାପକ ଜୀବନହାନି ଏବଂ ସମ୍ପତ୍ତି ନଷ୍ଟର ଆଶଙ୍କା ରହିଥାଏ। ଘୂର୍ଣ୍ଣିବଳୟ ମିଲଟନ୍ ସଂପ୍ରତି ମେକ୍ସିକୋ ଉପକୂଳ ଦେଇ ଗତି କରୁଛି। ସୋମବାର ରାତିରେ ଝଡ଼ର ଗତି ପ୍ରାୟ ୨୮୫ କିଲୋମିଟର ରହିଥିଲା।

ଏହା ଫ୍ଲୋରିଡା ରାଜ୍ୟ ଆଡ଼କୁ ଅଗ୍ରସର ହେଉଛି। ଆସନ୍ତା ବୁଧବାର ଦିନ ଏହା ଫ୍ଲୋରିଡାର ଏକ ଜନବହୁଳ ଅଞ୍ଚଳ ‘ଟେମ୍ପା ବେ’କୁ ଛୁଇଁବ। ବର୍ତ୍ତମାନ ଏହା ଟେମ୍ପା ବେ’ଠାରୁ ପ୍ରାୟ ୧ହଜାର କିଲୋମିଟର ଦୂରରେ ରହିଛି। ଏହା ପରେ ଏହା କେନ୍ଦ୍ରୀୟ ଫ୍ଲୋରିଡାଠାରୁ ଆଟ୍‌ଲାଣ୍ଟିକା ମହାସାଗର ଆଡକୁ ଗତି କରିବ ବୋଲି କୁହାଯାଉଛି। ସମ୍ଭାବ୍ୟ ସାମୁଦ୍ରିକ ଝଡ଼କୁ ଦୃଷ୍ଟିରେ ରଖି ଫ୍ଲୋରିଡାର

- Advertisement -

୬୭ରୁ ୫୧ ଜିଲାରେ ଜରୁରୀକାଳୀନ ସତର୍କ ସୂଚନା ଜାରି କରାଯାଇଛି। ଫ୍ଲୋରିଡାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରାଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସାରିଲାଣି। ପାଣିପାଗ ବିଭାଗର ସୂଚନା ଅନୁସାରେ ପ୍ଲୋରିଡ଼ାରେ ସାମୁଦ୍ରିକ ଝଡ଼ ଯୋଗୁଁ ପ୍ରବଳ ଝଡ଼ତୋଫାନ ସହ ବର୍ଷାର ଆଶଙ୍କା ରହିଛି। ଉପକୂଳରେ ୧୫ ଫୁଟ ପର୍ଯ୍ୟନ୍ତ ଉଚ୍ଚ ଲହଡ଼ି ଉଠିବାର ଆଶଙ୍କା ରହିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories