www.samajalive.in
Thursday, December 11, 2025
13.1 C
Bhubaneswar

ଦିନ ୪ଟା ମୁଖ୍ୟ ଖବର

ବଡ଼ ଖବର :

# ଆସାମରେ ପ୍ରକାଶ ପାଇଲା ଚୁଡାନ୍ତ ଏନ୍‍ଆର୍‍ସି ତାଲିକା, ୩ କୋଟି ୧୧ଲକ୍ଷ ଆବେଦନାକରୀଙ୍କର ନାମ ସ୍ଥାନ ପାଇଥିବାବେଳେ ୧୯ଲକ୍ଷ ୭ ହଜାର ଲୋକ ଏଥିରୁ ବାଦ୍‍ ପଡିଛନ୍ତି ।

# ମହାରାଷ୍ଟ୍ରର ଧୁଲେ ଜିଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଏକ ବଡ ଧରଣର ବିସ୍ଫୋରଣ, ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।

- Advertisement -

# ସେନାବାହିନୀ ମୁଖ୍ୟ ଜେନେରାଲ ବିପିନ ରାୱତ କାଶ୍ମୀର ଉପତ୍ୟକାର ନିୟନ୍ତ୍ରଣରେଖାଠାରେ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

# କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପ୍ରାୟ ୩ଲକ୍ଷ ବାସଗୃହ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏ ବାବବଦରେ ୧୫ହଜାର ୧ଶହ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ରୀୟ ମଞ୍ଜୁରୀ ତଥା ତଦାରଖ କମିଟି ବୈଠକରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି।

#୨୦୧୯ ସେପ୍ଟେମ୍ବର ମାସକୁ ରାଷ୍ଟ୍ରୀୟ ପୋଷଣ ମାସ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ପୋଷଣ ଅଭିଯାନ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଅଭିଯାନରେ ୨୦୨୨ ସୁଦ୍ଧା ଦେଶରୁ କୁପୋଷଣକୁ ଦୂର କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

# କିଙ୍ଗଷ୍ଟନରେ ଚାଲିଥିବା ଦ୍ୱିତୀୟ ତଥା ଚୂଡାନ୍ତ ଟେଷ୍ଟ କ୍ରିକେଟ୍‍ ମ୍ୟାଚ୍‍ରେ ଭାରତ ଗତକାଲି ପ୍ରଥମ ଦିନର  ଅସମାପ୍ତ ୨୬୪/୫ରୁ ଆଜିର ଖେଳ ଆରମ୍ଭ କରିବ।

ଆଞ୍ଚଳିକ:

# ରାଜ୍ୟ ସରକାର ଆଜି ୩ ଜଣ ବରିଷ୍ଠ ଆଇପିଏସ୍‍ ଅଧିକାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏହି ଆଇପିଏସ୍‍ ଅଧିକାରୀମାନେ ହେଲେ ସତ୍ୟଜିତ ମହାନ୍ତି, ମନୋଜ ଛାବ୍ରା ଏବଂ ସୁରେନ୍ଦ୍ର ପାନୱାର।

# ରାଜ୍ୟରେ ହାତୀଙ୍କ ସୁରକ୍ଷା ପାଇଁ ଲାଗୁ ହେବ ଗଜବନ୍ଧୁ ଯୋଜନା

# ଆଜି ମଧ୍ୟ ପୁରୀ ଏମାରମଠ ଉଚ୍ଛେଦ ପ୍ରକ୍ରିୟା ଜାରୀ,ତେବେ ମଠ ଛାଡିବାକୁ ମହନ୍ତ ଅରାଜି, ଅପରାହ୍ନ ସୁଦ୍ଧା ବଡ଼ଆଖଡ଼ା ମଠ ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ

# ପୁରୀ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ନିକଟରେ ପ୍ରାଚୀନ ମଠ ସବୁକୁ ଉଚ୍ଛେଦ ପ୍ରସଙ୍ଗରେ ପୁରୀର ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।

# ଆଜି ସ୍ୱାୟତ୍ତ ଶାସନ ଦିବସ। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ମହାନଗର ନିଗମ, ପୌରସଂସ୍ଥା ଏବଂ ଏନ୍‍ଏସିରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଏଥିନିମନ୍ତେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।

# ଭୁବନେଶ୍ୱର ମହାନଗର ନିଗମର ସମସ୍ତ ୱାର୍ଡରେ ଆଜି ୱାର୍ଡ ଅଫିସ ଉଦ୍‍ଘାଟିତ ହୋଇଯାଇଛି। ଲୋକଙ୍କ ନିକଟରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ପହଞ୍ଚାଇବା ଲକ୍ଷ୍ୟରେ ଏହି ଯୋଜନା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‍ଘାଟନ କରିଛନ୍ତି।

# ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଜାତୀୟ:

# ଆସାମରେ ପ୍ରକାଶ ପାଇଲା ଚୁଡାନ୍ତ ଏନ୍‍ଆର୍‍ସି ତାଲିକା, ୩ କୋଟି ୧୧ଲକ୍ଷ ଆବେଦନାକରୀଙ୍କର ନାମ ସ୍ଥାନ ପାଇଥିବାବେଳେ ୧୯ଲକ୍ଷ ୭ ହଜାର ଲୋକ ଏଥିରୁ ବାଦ୍‍ ପଡିଛନ୍ତି ।

# ସେନାବାହିନୀ ମୁଖ୍ୟ ଜେନେରାଲ ବିପିନ ରାୱତ କାଶ୍ମୀର ଉପତ୍ୟକାର ନିୟନ୍ତ୍ରଣରେଖାଠାରେ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

# କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପ୍ରାୟ ୩ଲକ୍ଷ ବାସଗୃହ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏ ବାବବଦରେ ୧୫ହଜାର ୧ଶହ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ରୀୟ ମଞ୍ଜୁରୀ ତଥା ତଦାରଖ କମିଟି ବୈଠକରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି।

#୨୦୧୯ ସେପ୍ଟେମ୍ବର ମାସକୁ ରାଷ୍ଟ୍ରୀୟ ପୋଷଣ ମାସ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ପୋଷଣ ଅଭିଯାନ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଅଭିଯାନରେ ୨୦୨୨ ସୁଦ୍ଧା ଦେଶରୁ କୁପୋଷଣକୁ ଦୂର କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

# ସକଳ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ହାରରେ ହ୍ରାସକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ନଷ୍ଟ କରିବା ପଛରେ କାହାର ହାତ ରହିଛି ବୋଲି ସେ ଟ୍ବିଟ୍‌ କରି ମୋଦୀ ସରକାରକୁ ପ୍ରଶ୍ନ କରିଛନ୍ତି।

#୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ଆୟକର ରିଟର୍ଣ୍ଣ ଦାଖଲ ଆଜି ଶେଷ ଦିନ,ତେବେ ଏହାର ସମୟସୀମାରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବ ନାହିଁ ବୋଲି ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ।

# କିଙ୍ଗଷ୍ଟନରେ ଚାଲିଥିବା ଦ୍ୱିତୀୟ ତଥା ଚୂଡାନ୍ତ ଟେଷ୍ଟ କ୍ରିକେଟ୍‍ ମ୍ୟାଚ୍‍ରେ ଭାରତ ଗତକାଲି ପ୍ରଥମ ଦିନର  ଅସମାପ୍ତ ୨୬୪/୫ରୁ ଆଜିର ଖେଳ ଆରମ୍ଭ କରିବ।

ଆନ୍ତର୍ଜାତୀୟ :

# ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ବାରମ୍ବାର ଯୁଦ୍ଧ ଧମକ ଦେଇଚାଲିଛନ୍ତି।  କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସହଯୋଗ ନ କରିବାରୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଧମକ ଦେଇ,ବିଶ୍ଵ ସମୁଦାୟ ଯଦି କାଶ୍ମୀର ପ୍ରସଙ୍ଗକୁ ଅଣଦେଖା କରିବ, ତା’ହେଲେ ଭାରତ ସହ ଯୁଦ୍ଧ ହେବ ବୋଲି ଇମ୍ରାନ କହିଛନ୍ତି।

# ଟ୍ବିଟର ପ୍ରତିଷ୍ଠାତା ତଥା ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍‌ ଡୋର୍ସୀଙ୍କ ଟ୍ବିଟର ଆକାଉଣ୍ଟକୁ ହ୍ୟାକ୍‌ ହୋଇଯାଇଛି। ହ୍ୟାକର ଆକାଉଣ୍ଟ ହ୍ୟାକ କରି ସେଥିରେ ଅନେକ ଅପମାନଜନକ ମେସେଜ ପୋଷ୍ଟ କରିଛନ୍ତି। ଟ୍ବିଟର ପକ୍ଷରୁ ଏ ନେଇ ସୂଚନା ଦେଇ ସ୍ପଷ୍ଟ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories