www.samajalive.in
Monday, December 8, 2025
24.1 C
Bhubaneswar

ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ମୃତ୍ୟୁ; ବର୍ଷକରେ ମରିଛନ୍ତି ୧୧

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ମୃତ୍ୟୁକୁ ନେଇ ଏକ ଜଟିଳ ସମସ୍ୟା ଉପୁଜିଛି । ବର୍ଷକ ମଧ୍ୟରେ ଖୁଣ୍ଟା ସିଏଚସିରେ ୧୧ ଜଣ ଶିଶୁଙ୍କର ପ୍ରାଣ ହରାଇଛନ୍ତି । ତେବେ ସରକାରୀ ସ୍ତରରେ ସମସ୍ତ ସୁବିଧା ଥାଇ ମଧ୍ୟ କେଉଁ ପରିସ୍ଥିତିରେ ଶିଶୁ ମୃତ୍ୟୁ ହେଉଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର କାରଣ ଖୋଜିବା ପାଇଁ ଖୁଣ୍ଟା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ରୋଗୀକଲ୍ୟାଣ ସମିତି(ଆରକେଏସ) ପକ୍ଷରୁ ନୋଟିସ ଜାରି କରାଯାଇଛି । ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଙ୍ଗନୱାଡି କେନ୍ଦ୍ର ସୁପରଭାଇଜର ଓ ଅନ୍ୟ ଅଧିକାରୀମାନଙ୍କୁ କାରଣ ଦର୍ଶାଇବା ପାଇଁ ନିର୍ଦେଶ ଦିଆଯାଇଛି । ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି ବିଡିଓ କହିଛନ୍ତି ।
ସୂଚନାଯୋଗ୍ୟ, ଖୁଣ୍ଟା ସିଏଚସିରେ ଡାକ୍ତରଙ୍କ ଘୋର ଆଭାବ ସମ୍ପର୍କରେ ଅଗଷ୍ଟ୨୯ତାରିଖ ‘ସମାଜ’ ଏକ ସଂସ୍କରଣରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟରେ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତି କକ୍ଷର ଆଧୁନିକି କରଣ, ରୋଗୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଡାକ୍ତରଖାନା ପରିମଳ ସ୍ଥିତିରେ ଉନ୍ନତି ଆଣିବା, ନିୟମିତ ବିଛଣା ଚଦର ବଦଳା ଯିବା ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories