www.samajalive.in
Wednesday, December 10, 2025
14.1 C
Bhubaneswar

ନକଲି ଖଇନି କାରଖାନା ଠାବ

ନବରଙ୍ଗପୁର : ନବରଙ୍ଗପୁରରେ ଶନିବାର ଏକ ନକଲି ଖଇନି କାରଖାନା ଠାବ ହୋଇଛି । ପୁଲିସ ସେଠାରୁ ବିପୁଳ ପରିମାଣରେ ନକଲି ଖଇନି,  ବନଦୁର୍ଗା ବ୍ରାଣ୍ଡ ଥିବା ପ୍ୟାକେଜିଂ ଜରି ଓ ମେସିନ୍ ଜବତ କରିଛି ।

ସୂଚନା ଅନୁଯାୟୀ, ବନଦୁର୍ଗା ଖଇନିର ପ୍ରକୃତ ମାଲିକ ହେଉଛନ୍ତି ଅନ୍ୟ ଜଣେ ବ୍ୟକ୍ତି । ହଠାତ ତାଙ୍କ ବ୍ୟବସାୟ କମିଯିବାରୁ ସେ ତାହାର କାରଣ ଖୋଜିବାକୁ ଚେଷ୍ଟା କରିଥିଲେ । ପରେ ସେ ଜାଣିବାକୁ ପାଇଥିଲେ ତାଙ୍କ ବ୍ରାଣ୍ଡକୁ ବ୍ୟବହାର କରି ନକଲି ଖଇନି ବଜାରକୁ ଛଡ଼ାଯାଉଛି। ପିଙ୍କୁ ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କ ବ୍ରାଣ୍ଡ ବନଦୁର୍ଗା ନାମରେ ନକଲି ଖଇନି ତିଆରି କରି ବଜାରକୁ ଛାଡ଼ୁଥିଲେ । ଏହା ପରେ ସେ ଏ ସମ୍ପର୍କରେ ନବରଙ୍ଗପୁର ପୁଲିସକୁ ଜଣାଇଥିଲେ । ପୁଲିସ ନକଲି ଖଇନି ତିଆରି କାରଖାନାରେ ଚଢ଼ାଉ କରିଥିଲା। ନକଲି ଖଇନି ତଆରି କରୁଥିବା ମାଲିକ ଫେରାର ଥିବାବେଳେ ସେଠାରେ କାମ କରୁଥିବା ଜଣେ ଶ୍ରମିକଙ୍କୁ ପୁଲିସ ଅଟକ ରଖି ପଚରାଉଚାର ଜାରି ରଖିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories