ଆଜି ଜାତୀୟ କ୍ରୀଡ଼ା ଦିବସ । ଅଗଷ୍ଟ ୨୯ ତାରିଖ ହକିର ଯାଦୁଗର ଧ୍ୟାନ ଚାନ୍ଦଙ୍କ ଜନ୍ମ ଦିବସକୁ ଭାରତରେ ଜାତୀୟ କ୍ରୀଡ଼ ଦିବସ ଭାବେ ପାଳନ କରାଯାଉଛି । ୧୯୦୫ ଅଗଷ୍ଟ ୨୯ ତାରିଖରେ ସେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ।। ତାଙ୍କର ପ୍ରକୃତ ନାମ ହେଉଛି ‘ଧ୍ୟାନ ସିଂହ’ । ପିଲାଦିନେ ସେ କୁସ୍ତି ଖେଳିବାକୁ ଚାହୁଁଥିଲେ । ୧୯୨୨ ସସିହାରେ ଧ୍ୟାନ ଚାନ୍ଦ ସେନାରେ ଯୋଗଦେଇଥିଲେ । ସେଠାରୁ ହକି ସହ ତାଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା । ରାତିରେ ଜହ୍ନ ଆଲୁଅରେ ସେ ହକି ଆଭ୍ୟାସ କରୁଥିଲେ । ଜହ୍ନ ଆଲୁଅରେ ଖେଳୁଥିବା ଦେଖି ସାଙ୍ଗମାନେ ତାଙ୍କୁ ଚାନ୍ଦ ଡାକିବା ଆରମ୍ଭ କରିଥିଲେ । ତେଣୁ ସବୁଦିନ ପାଇଁ ସେ ଧ୍ୟାନ ସିଂହରୁ ଧ୍ୟାନ ଚାନ୍ଦ ପାଲଟି ଯାଇଥିଲେ ।
ଧ୍ୟାନ ଚାନ୍ଦ ୧୯୨୬-୧୯୪୮ ମଧ୍ୟରେ ୪୦୦ରୁ ଅଧିକ ଗୋଲ୍ ଦେଇଛନ୍ତି । ସେ ଭାରତକୁ ୩ ଥର ୧୯୨୮, ୧୯୩୨ ଓ ୧୯୩୬ ମସିହାରେ ଅଲମ୍ପିକ ବିଜେତା କରାଇଥିଲେ । ୧୯୩୬ରେ ବର୍ଲିନ ଅଲମ୍ପିକରେ ତାଙ୍କ ଖେଳ ଦେଖି ହିଟଲର ବିସ୍ମିତ ହୋଇଯାଇଥିଲେ । ତାଙ୍କୁ ଜର୍ମାନୀର ନାଗରିକତ୍ୱ ଏବଂ ନାଜି ସେନାର କର୍ନେଲ ପଦ ଯାଚିଥିଲେ । ତାଙ୍କ ହକି ଷ୍ଟିକରେ ବଲ ଏପରି ଲାଖିରହୁଥିଲା ଯେ, ଯିଏ ଖେଳ ଦେଖୁଥିଲେ ଚକିତ ହୋଇଯାଉଥିଲେ ତେଣୁ ତାଙ୍କୁ ହକିର ଯାଦୁଗର କୁହାଯାଏ। ତାଙ୍କ ନାମରେ ନୂଆଦିଲ୍ଲୀରେ ‘ଧ୍ୟାନ ଚାନ୍ଦ ନେସନାଲ ଷ୍ଟାଡ଼ିୟମ’ ନିର୍ମାଣ କରାଯାଇଛି । ତେଣୁ ତାଙ୍କ ଜନ୍ମ ଦିବସ ଭାରତରେ ଜାତୀୟ କ୍ରୀଡ଼ ଦିବସ ଭାବେ ପାଳନ କରାଯାଉଛି ।


ଜାତୀୟ କ୍ରୀଡ଼ା ଦିବସରେ ଆଜି କ୍ରୀଡାବିତ ମାନଙ୍କୁ ପୁରସ୍କାର ବିତରଣ କରାଯିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର କ୍ରୀଡା ଓ ଯୁବ ସେବା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଥର ୨ ଜଣ ଦୀପା ମଲ୍ଲିକ ( ପାରା ଅଲମ୍ପିକ), ବଜରଙ୍ଗ ପୁନିଆ ( କୁସ୍ତି ) ଖେଳରତ୍ନ ପାଇଁ ମନୋନୀତ ହୋଇ ଥିବାବେଳେ ୧୯ ଜଣଙ୍କୁ ଅର୍ଜୁନ ପୁରସ୍କାର ଦିଆଯିବ । ପ୍ରଥମ ଭାରତୀୟ ମହିଳା ଭାବେ ପାରାଅଲମ୍ପିକ କୃତିତ୍ୱ ହାସଲ କରିଥିବା ଦୀପା ମଲ୍ଲିକ ଏହି ପୁରଷ୍କାର ପାଇବାକୁ ଯାଉଛନ୍ତି । ସେହିପରି ୧୯ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ସେମାନେ ହେଉଛନ୍ତି : ରବିନ୍ଦ୍ର ଜାଡ଼େଜା (କ୍ରିକେଟ ), ମହମ୍ମଦ ଆନ୍ସ ( ଆଥଲେଟିକ୍ସ) , ଗୁରୁପ୍ରୀତ ସିଂହ( ଫୁଟବଲ), ସୋନିଆ ଲାଦର ( ବକ୍ସିଂ), ଚିଙ୍ଗଲେସନା ସିଂହ (ହକି), ଏସ. ଭାସ୍କରଣ ( ବଡି ବିଲ୍ଡିଂ ), ଅଜୟ ଠାକୁର ( କବାଡି), ଅନଜୁମ ମୁଦଗୁଲି ( ସୁଟିଂ), ପ୍ରଣୀଥ (ବ୍ୟାଡମିନଟନ), ତେଜିନ୍ଦର ପାଲ ( ଆଥଲେଟିକ୍ସ), ପ୍ରମୋଦ ଭଗତ (ପାରା-ବ୍ୟାଡମିନଟନ), ହରମିତ ରାଜୁଲ ଦେଶାଇ (ଟେବୁଲ ଟେନିସ), ପୂଜା ଧଣ୍ଡ ( କୁସ୍ତି), ଫାଉଦ ମିର୍ଜା ( ଇକ୍ୟୁ ଷ୍ଟେନ୍ ), ସିମରନ ସିଂହ ( ପୋଲୋ) , ପୁନମ ୟାଦବ ( କ୍ରିକେଟ), ସ୍ୱାପ୍ନା ବର୍ମା( ଆଥଲେଟିକ), ସୁନ୍ଦର ସିଂହ ( ପାରା- ଆଥଲେଟିକ) ଏବଂ ଗୌରବ ସିଂହ ( ଗାଡ଼ିଚାଳନା) ।



