www.samajalive.in
Monday, December 8, 2025
13.1 C
Bhubaneswar

ବିଶ୍ୱରେ ପ୍ରଥମ: ଭାରତୀୟ ନାବିକଙ୍କୁ ଫେସିଆଲ ବାୟୋମେଟ୍ରିକ ପରିଚୟ ପତ୍ର

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ ଭାରତ ନାବିକମାନଙ୍କ ପାଇଁ ଫେସିଆଲ ବାୟୋମେଟ୍ରିକ ନାବିକ ପରିଚୟ ପତ୍ର ଜାରି କରିଛି। କେନ୍ଦ୍ର ଜାହାଜ ଚଳାଚଳ ଏବଂ ସାର ଓ ରସାୟନ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡବିୟ ବୁଧବାର ନୂଆଦିଲ୍ଲୀରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ୫ ଜଣ ଭାରତୀୟ ନାବିକଙ୍କୁ ଏହି ପରିଚୟ ପତ୍ର ପ୍ରଦାନ କରିଛନ୍ତି। ନୂତନ ଫେସିଆଲ ବାୟୋମେଟ୍ରିକ ଜ୍ଞାନକୌଶଳ ଦୁଇ ଆଙ୍ଗୁଳି ବା ଆଖିର ଛାପ ଆଧାରିତ ବାୟୋମେଟ୍ରିକ ଡାଟାଠାରୁ ଉନ୍ନତ। ଏଥିରେ ଆଧୁନିକ ସୁରକ୍ଷା ଉପାୟ ମଧ୍ୟ ରହିଛି। ଏହା ଫଳରେ ନାବିକଙ୍କ ଚିହ୍ନଟ ଅଧିକ ବିଶ୍ୱାସଯୋଗ୍ୟ ହେବ ଓ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ସମ୍ମାନ ସୁରକ୍ଷିତ ରହିବ।

ମାଣ୍ଡବିୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଦ୍ରୂତ ଗତିରେ ଆଗକୁ ବଢ଼ୁଛି। ଉପକୂଳବର୍ତୀ ଜାହାଜ ଚଳାଚଳ, ଆନ୍ତଃ ଦେଶୀୟ ଜଳଭାଗ ଏବଂ ସାମୁଦ୍ରିକ ଗତିବିଧିରେ ଦ୍ରୂତ ବୃଦ୍ଧି ଘଟୁଛି। ଏହା ଫଳରେ ରୋଜଗାର ଅବସର ସୃଷ୍ଟି ହୋଇଛି। ଆନ୍ତର୍ଜାତିକ ଜାହାଜ ଚଳାଚଳ ଉଦ୍ୟୋଗରେ ଭାରତୀୟ ନାବିକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି। ଭାରତ କିମ୍ବା ବିଦେଶରେ ରୋଜଗାର ପାଉଥିବା ଭାରତୀୟ ନାବିକମାନଙ୍କ ସଂଖ୍ୟା ୨୦୧୭ରେ ୧ଲକ୍ଷ ୫୪ହଜାର ୩୪୯ ଥିଲା, ଯାହାକି ଚଳିତ ବର୍ଷ ୨ଲକ୍ଷ ୮ହଜାର ୭୯୯ରେ ପହଞ୍ଚିଛି। ଏଥିରେ ୩୫ ପ୍ରତିଶତ ବୃଦ୍ଧି ଘଟିଛି।

- Advertisement -

ନୂତନ ପରିଚୟ ପତ୍ର ବିଏସଆଇଡି ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ବୁଝାମଣା ସଂଖ୍ୟା୧୮୫ ଅନୁଯାୟୀ ପ୍ରସ୍ତୁତ ହୋଇଛି। ଏଥିରେ ଆଧୁନିକ ସୁରକ୍ଷା ଉପାୟ ସହ ବିଏସଆଇଡି କାର୍ଡର ସୁରକ୍ଷା ବିଭିନ୍ନ ସ୍ତର ଏବଂ ବିଭିନ୍ନ ପ୍ରକ୍ରିୟା ଦ୍ୱାରା ସୁନିଶ୍ଚିତ କରାଯାଇଛି। ଡାଟା ସଂଗ୍ରହ ସମୟରେ ମୁଁହକୁ ପାସପୋର୍ଟ ଆକାରର ଫଟୋ ସହିତ ମିଳା ଯାଇଥାଏ। ଏଥିପାଇଁ ଫଟୋ ମିଳାଇବା ସଫ୍‍ଟୱେରର ଉପଯୋଗ କରାଯାଇଥାଏ। ଫେସିଆଲ ବାୟୋମେଟ୍ରିକ ସଂଗ୍ରହ ତଥା ଏହାର ପ୍ରମାଣିକତା ପାଇଁ ଏକ ସଫ୍ଟୱେର ମଧ୍ୟ ବିକଶିତ କରାଯାଇଛି।

ବିଏସଆଇଡି କାର୍ଡ ଜାରି କରିବା ପାଇଁ ମୁମ୍ବାଇ, କୋଲକାତା, ଚେନ୍ନାଇ, ନୋଏଡା, ଗୋଆ, ବାଙ୍ଗାଲୋର, କୋଚ୍ଚି, ବିଖାଖାପାଟଣା ଓ କାଂଡଲାରେ ୯ଟି ତଥ୍ୟ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ସମ୍ପ୍ରତି ୩ଲକ୍ଷ ୫୦ହଜାର ଭାରତୀୟ ନାବିକଙ୍କୁ ବିଏସଆଇଡି କାର୍ଡ ଜାରି କରାଯିବ। ସମସ୍ତ ନାବିକମାନଙ୍କୁ ୨ ବର୍ଷ ମଧ୍ୟରେ ବିଏସଆଇଡି କାର୍ଡ ଜାରି କରାଯିବ। ଏହାପରେ ପ୍ରତ୍ୟେକ ବର୍ଷ ୧୫ହଜାର ନାବିକମାନଙ୍କୁ ବିଏସଆଇଡି କାର୍ଡ ପ୍ରଦାନ କରାଯିବ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories