www.samajalive.in
Saturday, December 13, 2025
15.1 C
Bhubaneswar

୩ୟ ଟେଷ୍ଟ: ବିଜୟଲକ୍ଷ୍ୟ ୩୫୯; ଇଂଲଣ୍ଡ ୩/୧୫୬

ହେଡିଂଲି : ଚଳିତ ୨ୟ ଟେଷ୍ଟମ୍ୟାଚ୍ ଜିତି ଆସେସ୍ ଟ୍ରଫି ବଜାୟ ରଖିବା ଦିଗରେ ଅଗ୍ରସର ହେଉଛି ଭ୍ରମଣକାରୀ ଅଷ୍ଟ୍ରେଲିଆ। କାରଣ ଗତି ଓ ବାଉନ୍‌ସ ଥିବା ହେଡିଂଲି ପିଚ୍‌ରେ ୨ୟ ଇନିଂସରେ ଘରୋଇ ଇଂଲଣ୍ଡକୁ ୩୫୯ ରନ୍‌ର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ ଅଷ୍ଟ୍ରେଲିଆ ଦେଇଛି। ଏହାର ପିଛାକରି ଇଂଲଣ୍ଡ ସଂଘର୍ଷ ଜାରିରଖିଛି। ସର୍ବଶେଷ ସମ୍ବାଦ ମିଳିବା ବେଳକୁ ଶନିବାର ୩ୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ୨ୟ ଇନିଂସରେ ୩ ୱିକେଟ ହରାଇ ୧୫୬ ରନ୍ କରିପାରିଛି। ୭ ୱିକେଟ ହାତରେ ଥାଇ ଇଂଲଣ୍ଡ ଆଉ ୨୦୨ ରନ୍ ଆବଶ୍ୟକ କରୁଛି।

୩୫୯ ରନ୍‌ ଲକ୍ଷ୍ୟରେ ଇଂଲଣ୍ଡ ସହଳ ତା’ର ଦୁଇ ଓପ୍‌ନରଙ୍କୁ ହରାଇଥିଲା। ରୋରି ବର୍ନସ ୭ ଓ ଜେସନ୍ ରୟ ୮ ରନ୍‌କରି ବିଦାୟ ନେଇଥିଲେ। ୩ୟ ୱିକେଟ ପାଇଁ ଅଧିନାୟକ ଜୋ ରୁଟ୍ ଓ ଜୋ ଡେନ୍‌ଲି ୧୨୬ ରନ୍‌ର ଲଢ଼ୁଆ ଭାଗିଦାରୀ କରିଥିଲେ। ଏହିକ୍ରମରେ ଉଭୟେ ଅର୍ଦ୍ଧଶତକ ହାସଲ କରିଥିଲେ। ଡେନ୍‌ଲି ୧୫୫ ବଲ୍‌ରୁ ୮ଟି ଚୌକା ସହ ୫୦ ରନ୍‌କରି ଆଉଟ ହୋଇଥିଲେ। ଏବେ ଦଳର ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଜୋ ରୁଟ୍ ଓ ବେନ୍ ଷ୍ଟୋକ୍‌ସ ଇନିଂସ ଜାରି ରଖିଛନ୍ତି। ରୁଟ୍ ୭ଟି ଚୌକା ସହ ୭୫ ଓ ଷ୍ଟୋକ୍‌ସ ୨ ରନ୍‌କରି ଅପରାଜିତ ରହିଛନ୍ତି।

- Advertisement -

ପ୍ରଥମ ଇନିଂସରେ ୧୧୩ ରନ୍‌ ଆଗରେ ରହିଥିବା ଅଷ୍ଟ୍ରେଲିଆ ଶନିବାର ୩ୟ ଦିନରେ ୨ୟ ଇନିଂସରେ ୨୪୬ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ଶୁକ୍ରବାର ୨ୟ ଦିନ ଶେଷରେ ଅଷ୍ଟ୍ରେଲିଆ ୨ୟ ଇନିଂସରେ ୧୭୧ ରନ୍‌କରି ୬ଟି ୱିକେଟ ହରାଇଥିଲା। ଶନିବାର ୨ୟ ଦିନରେ ଅଷ୍ଟ୍ରେଲିଆ ଆଉ ୭୫ ରନ୍ ଯୋଡ଼ି ଶେଷ ୪ଟି ୱିକେଟ ହରାଇଥିଲା। ଆହତ ଷ୍ଟିଭେନ୍ ସ୍ମିଥ୍‌ଙ୍କ ସ୍ଥାନରେ ଖେଳୁଥିବା ମାର୍ନସ ଲାବୁଶ୍ଚାନ୍ୟେ ଓ ଜେମ୍‌ସ ପ୍ୟାଟିନ୍‌ସନ ୭ମ ୱିକେଟ ପାଇଁ ୫୧ ରନ୍ ଯୋଡ଼ିଥିଲେ। ପ୍ୟାଟିନ୍‌ସନ ୨ଟି ଚୌକା ସହ ୨୦ ରନ୍ କରିଥିଲେ। ପ୍ୟାଟ୍ କମିନ୍‌ସ ୬ ରନ୍ କରିଥିଲେ। ଲାବୁଶ୍ଚାନ୍ୟେ ୧୮୭ ବଲ୍‌ ଖେଳି ୮ଟି ଚୌକା ସହ ୮୦ ରନ୍‌କରି ରନ୍‌ଆଉଟ ହୋଇଥିଲେ। ବେନ୍ ଷ୍ଟୋକ୍‌ସ ୩ଟି ଏବଂ ଜୋଫ୍ରା ଆର୍ଚର ଓ ଷ୍ଟୁଆର୍ଟ ବ୍ରଡ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories