www.samajalive.in
Thursday, December 11, 2025
23.1 C
Bhubaneswar

ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିବାରୁ ଚିଦମ୍ବରମ୍‌ ଗିରଫ ହୋଇଛନ୍ତି: ରେହମାନ ମଲିକ

ଇସଲାମାବାଦ : ଭାରତରେ ଜିରା ଫୁଟିଲେ ପାକିସ୍ତାନୀ ନେତାଙ୍କ ଛିଙ୍କ ହେଉଛି। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନର ନିଦ ହଜିଯାଇଥିଲାବେଳେ ଏବେ ସିବିଆଇ ଦ୍ବାରା ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‌ଙ୍କ ଗିରଫକୁ ନେଇ ପାକିସ୍ତାନୀ ନେତା ବାଉଳି ଖାଉଛନ୍ତି। ଦେଶର ସିନେଟ ସଦସ୍ୟ ତଥା ପୂର୍ବତନ ସ୍ବରାଷ୍ଟ୍ର ମନ୍ତ୍ରୀ ରେହମାନ ମଲିକ ଏହି ଘଟଣାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟ ସେନାକୁ ମନଇଚ୍ଛା ଗାଳିଦେବା ସହ ଚିଦମ୍ବରମ୍‌ଙ୍କୁ ଭାରତର ଭବିଷ୍ୟତ ପ୍ରଧାନମନ୍ତ୍ରୀ ଭାବେ ଅଭିହିତ କରିଛନ୍ତି।

ଭାରତରେ କଂଗ୍ରେସ ନେତାଙ୍କ ସହ ସ୍ବର ମିଳାଇ ରେହମାନ ଚିଦମ୍ବରମ୍‌ଙ୍କ ସପକ୍ଷରେ ବାହାରିଛନ୍ତି। ସେ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ଓ ମୋଦୀଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବା କାରଣରୁ ଚିଦମ୍ବରମ୍‌ଙ୍କୁ ମୋଦୀ ସରକାର ଗିରଫ କରିଛନ୍ତି। ଚିଦମ୍ବରମ୍‌ ଜଣେ ଦକ୍ଷ ରାଜନେତା ଓ ସେ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। କାଶ୍ମୀରବାସୀଙ୍କ ସପକ୍ଷରେ କହିବା ତାଙ୍କର ଅପରାଧ ବୋଲି ମୋଦୀ ସରକାର ଭାବୁଛନ୍ତି। ପାକିସ୍ତାନୀ ଦୈନିକ ‘ଦି ନେସନ୍‌’କୁ ସାକ୍ଷାତକାର ଦେଇ ସେ ଏଭଳି କହିଛନ୍ତି। ଅନେକ ସମୟ​ରେ ସାମାଜିକ ଗଣମାଧ୍ୟମରେ ମୋଦୀଙ୍କୁ ଗାଳିଫିଜତ୍‌ କରୁଥିବା ରେହମାନ ଆହୁରି କହିଛନ୍ତି ଯେ ମୋଦୀଙ୍କୁ ଆରଏସ୍‌ଏସ୍‌ କାଶ୍ମୀରରେ ମୁସଲମାନଙ୍କ ଗଣହତ୍ୟା ପାଇଁ ପୂର୍ଣ୍ଣ କ୍ଷମତା ଦେଇଛି। ଏତଦ୍‌ବ୍ୟତୀତ ଭାରତୀୟ ସେନାକୁ ଆକ୍ଷେପ କରି ସେ ଏହା ବିରୋଧରେ ଜାଲ୍‌ ଭିଡିଓ ପ୍ରସାରଣ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନ ପୂର୍ବରୁ ସେ ରାହୁଲ ଗାନ୍ଧୀ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଟ୍ବିଟ୍‌ କରିଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories